Categories: ଖେଳ

ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେବେ ଓ କେଉଁଠି ଦେଖିବେ ଏହି ମ୍ୟାଚ୍‌…

କଲମ୍ବୋ,୨୯।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଗୁରୁବାର ଖେଳାଯିବ। ଭାରତୀୟ ଟିମ୍‌ର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କୋଭିଡ ସଂକ୍ରମିତ ହୋଇଯିବା ପରେ ଦ୍ୱିତୀୟ ଟି-୨୦ରେ ଖେଳାଳି ଚୟନକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ଶ୍ରୀଲଙ୍କା ଟିମ୍‌ ଏଥିରେ ୪ ଉଇକେଟରେ ବାଜିମାତ କରିଥିଲା। ଏବେ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଯିଏ ବି ଜିତିବ ସେ ସିରିଜ ହାତେଇବ। ଏପରିସ୍ଥଳେ ଭାରତୀୟ ଟିମ୍‌ ଚାପରେ ରହିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ମ୍ୟାଚ୍‌କୁ କେଉଁଠି, କେତେବେଳେ ଦେଖିପାରିବେ।

କେବେ କେଉଁଠି ଖେଳାଯିବ?
ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ମୁକାବିଲା ୨୯ ଜୁଲାଇ, ଗୁରୁବାର ଦିନ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ରାତି ୮ଟାରେ ଏହାକୁ ଆପଣ ଦେଖିପାରିବେ।

କେବେ ଏବଂ କେଉଁଠି ଦେଖିବେ?
ମ୍ୟାଚ୍‌ର ସିଧା ପ୍ରସାରଣ ଭାରତରେ ରାତି ୮ଟାରୁ ଦେଖିହେବ। ସୋନି ଟେନ୍‌ର ସମସ୍ତ ଚ୍ୟାନେଲରେ ଇଂରାଜୀ ଏବଂ ହିନ୍ଦୀ କମେଣ୍ଟ୍ରି ସହ କିଛି ଅନ୍ୟ ଭାଷାରେ ଏହାକୁ ଦେଖିହେବ।

ଅନ୍‌ଲାଇନ୍‌ରେ କେଉଁଠି ଦେଖିହେବ?
ତୃତୀୟ ଟି୨୦କୁ ସୋନି ଲିଭ୍‌ ଆପ୍‌ରେ ଦେଖିପାରିବେ।

 

Share