Categories: ଖେଳ

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ୫ ଖେଳାଳି

କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ। ଶିଖର ଧାୱନଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ୬ ଟି ପରିବର୍ତ୍ତନ କରାଯାଇଛି। ଦଳରେ ଅନ୍ତର୍ଭୁକ୍ତ ହୋଇଥିବା ୬ ଜଣ ଖେଳାଳିଙ୍କ ମଧ୍ୟରୁ ୫ ଜଣ ଡେବ୍ୟୁ କରିଛନ୍ତି। ଏହି ଖେଳାଳିମାନେ ହେଉଛନ୍ତି ସଞ୍ଜୁ ସାମସନ, ନୀତୀଶ ରାଣା, ଚେତନ ସାକରିଆ, କେ.ଗୌତମ ଏବଂ ରାହୁଲ ଚହର। ଏହା ବ୍ୟତୀତ ଦ୍ରୁତ ବୋଲର ନବଦୀପ ସଇନିଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଏହି ମ୍ୟାଚ୍‌ ଜିତି ଭାରତୀୟ ଦଳ ସିରିଜ୍‌ କ୍ଲିନ୍‌ସୁଇପ୍‌ କରିବାକୁ ଚେଷ୍ଟା କରିବ।

ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଶେଷ ଦିନିକିଆରେ ଶେଷ ମ୍ୟାଚର ହିରୋ ଦୀପକ ଚହର, ଇଶାନ କିଶନ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି। ଏଥି ସହିତ ନବଦୀପ ସଇନିଙ୍କୁ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ସାମିଲ କରାଯାଇଛି।

Share