Posted inଖେଳ

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୨୧୩ ରନର ବିଶାଳ ସ୍କୋର କରିଥିବା ବେଳେ ଭାରତୀୟ ଦଳ କେବଳ 162 ରନ କରି ଅଟକି ଯାଇଥିଲା।ମ୍ୟାଚ୍ ଶେଷ ହେବା ପରେ ପରେ ସୂର୍ଯ୍ୟକୁମାକ ଦଳର ଭୁଲ ବିଷୟରେ ଖୋଲାଖୋଲି କହିଥିଲେ ।  ବିଶେଷକରି ଟପ୍ ଅର୍ଡରର ବିଫଳତା ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ପଡିଲା ମହଙ୍ଗା- ସୂର୍ଯ୍ୟକୁମାର ଯାଦବ ସ୍ୱୀକାର କରିଥିଲେ ଯେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ଏକ ବଡ଼ ଭୁଲ ପ୍ରମାଣିତ ହୋଇଥିଲା। ସେ କହିଥିଲେ, ମୁଁ ଭାବୁଛି ଆମକୁ ପ୍ରଥମେ ବ୍ୟାଟିଂ କରିବା ଉଚିତ୍ ଥିଲା। ପ୍ରାରମ୍ଭିକ ଓଭରଗୁଡ଼ିକରେ ୱିକେଟ୍ ବ୍ୟାଟିଂ ପାଇଁ ଭଲ ଥିଲା। ଆମେ ବୋଲିଂ କରିବା ସମୟରେ ଲେନ୍ଥ ଠିକ୍ ଭାବରେ ପାଇ ନଥିଲୁ ଏବଂ ଏହା ଆମକୁ ମହଙ୍ଗା ପଡ଼ିଲା। ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ ଶୀଘ୍ର ସ୍କୋର କରିଥିଲା ଏବଂ ଭାରତୀୟ ବୋଲରମାନେ ନିରନ୍ତର ଚାପରେ ଥିଲେ।

ମୁଲାନପୁରରେ କାକର ପଡ଼ିବା ଯୋଗୁଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଟିମ୍ ଇଣ୍ଡିଆ ଏହାର ଫାଇଦା ଉଠାଇପାରିଲା ନାହିଁ। ସୂର୍ଯ୍ୟକୁମାର କହିଥିଲେ, “କିଛି କାକର ପଡ଼ିଥିଲା, କିନ୍ତୁ ଆମର ଯୋଜନା କାମ କରୁନଥିଲା। ଆମକୁ ଆମର ଯୋଜନା ବଦଳାଇବା ଉଚିତ ଥିଲା, କିନ୍ତୁ ଆମେ କରିପାରିଲୁ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପରାଜୟ ଦଳ ପାଇଁ ଏକ ଶିକ୍ଷା ଏବଂ ଭବିଷ୍ୟତରେ ସେମାନେ ଉନ୍ନତି କରିବେ ।

ଟପ୍ ଅର୍ଡରରେ ରାଗିଗଲେ ଅଧିନାୟକ-ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଉଭୟ ଏକ ଦୃଢ଼ ଆରମ୍ଭ ପ୍ରଦାନ କରିବାରେ ବିଫଳ ହୋଇଥିଲେ। ବିଶେଷକରି ଗିଲ୍ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ ଭାବରେ କହିଥିଲେ ଯେ, “ଶୁଭମନ ଏବଂ ମୁଁ ଏକ ଭଲ ଆରମ୍ଭ ଦେବା ଉଚିତ ଥିଲା। ଆମେ ସବୁବେଳେ ଅଭିଷେକ ଶର୍ମାଙ୍କଠାରୁ ପ୍ରଦର୍ଶନ ଆଶା କରିପାରିବା ନାହିଁ। ଶୁଭମନ ମଧ୍ୟ ପ୍ରଥମ ବଲରେ ହିଁ ଆଉଟ୍ ହୋଇଗଲେ। ଏହା ପରେ, ମୁଁ ଏକ ଲମ୍ବା ଇନିଂସ ଖେଳି ଦଳକୁ ସ୍ଥିର କରିବା ଉଚିତ ଥିଲା।” ଅଧିନାୟକ ସ୍ୱୀକାର କରିଥିଲେ ଯେ ତାଙ୍କର ଏବଂ ଗିଲଙ୍କ ବିଫଳତା ଦଳର ପରାଜୟର ଏକ ପ୍ରମୁଖ କାରଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri