Categories: ଖେଳ

ରୋହିତ, ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର, ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୫।୧୨: ଟି -୨୦ ସିରିଜ୍‌ର ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦମ୍‌ଦାର ସ୍କୋର କରିଛନ୍ତି। ଏଥିସହ ସୂର୍ଯ୍ୟଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର ଅଫ ଦ ସିରିଜ୍‌ ଭାବରେ ମନୋନୀତ କରାଯାଇଛି। ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ସେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଜୋହାନ୍ସବର୍ଗରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ସହିତ ସିରିଜ ୧-୧ ଡ୍ର’ରେ ଶେଷ ହୋଇଥିଲା।

ଟିମ ଇଣ୍ଡିଆ ପାଇଁ ପ୍ଲେୟର ଅଫ ଦ ସିରିଜ୍‌ ଜିତିବା ଦୃଷ୍ଟିରୁ ସୂର୍ଯ୍ୟ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ପ୍ରସଙ୍ଗରେ ସେ ରୋହିତ ଶର୍ମା, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଖେଳାଳିଙ୍କୁ ପଛରେ ଛାଡିଛନ୍ତି। ସୂର୍ଯ୍ୟ ଏହି ଟାଇଟଲ ୪ ଥର ଜିତିଛନ୍ତି। ରୋହିତ ଏବଂ ପାଣ୍ଡ୍ୟା ପ୍ରତ୍ୟେକ ଥର ଦୁଇ ଦୁଇ ଥର ଏହି ପୁରସ୍କାର ପାଇଛନ୍ତି। ଭୁବନେଶ୍ୱର ୩ଥର ଏହି ଟାଇଟଲ ଜିତିଛନ୍ତି । ଭାରତ ପାଇଁ ଟି -୨୦ରେ ସର୍ବାଧିକ ପ୍ଲେୟର ଅଫ ଦି ସିରିଜ୍‌ ଜିତିବାରେ ବିରାଟ କୋହଲିଙ୍କ ନାମ ଆଗରେ ରହିଛି। କୋହଲି ୭ ଥର ଏହି ଟାଇଟଲ ଜିତିଛନ୍ତି।

ସୂଚନାଯୋଗ୍ୟ , ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ତୃତୀୟ ମ୍ୟାଚରେ ୨୦୧ ରନ୍‌ ସଂଗ୍ରହ କରିଥିଲା। ଏହି ସମୟରେ ସୂର୍ଯ୍ୟ ଏକ ଶତକ ହାସଲ କରିଥିଲେ। ସେ ୫୬ ବଲ ସମ୍ମୁଖରେ ୧୦୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ସୂର୍ଯ୍ୟ ୭ ଚୌକା ଓ ୮ ଛକା ମାରିଥିଲେ।

Share