Posted inଖେଳ

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ କୁହୁଡ଼ି ଯୋଗୁଁ ଗୋଟିଏ ବି ବଲ୍ ଫିଙ୍ଗାଯାଇପାରିଲା ନାହିଁ କିମ୍ବା ଟସ୍ ମଧ୍ୟ ହୋଇପାରିଲା ନାହିଁ।

ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାର ଥିଲା, ମାତ୍ର ଉଭୟ ଦଳର ଅମ୍ପାୟର ପ୍ରାୟ ଅଢ଼େଇ ଘଣ୍ଟା ଅପେକ୍ଷା କରିବା ପରେ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ମ୍ୟାଚ୍କୁ ବାତିଲ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପାଞ୍ଚ-ପାଞ୍ଚ ଓଭରର ମ୍ୟାଚ୍ ପାଇଁ ରାତି ୯ଟା ୪୬ ମିନିଟ୍କୁ କଟ୍-ଅଫ୍ ଟାଇମ୍ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ତା’ର ୧୬ ମିନିଟ୍ ପୂର୍ବରୁ ହିଁ ଅମ୍ପାୟରମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ୍ ବାତିଲ ହେବା ଫଳରେ ଭାରତ ଏବେ ଶୃଙ୍ଖଳା ହାରିବାର ଆଶଙ୍କା ନାହିଁ। ବର୍ତ୍ତମାନ କେବଳ ଶେଷ ଟି-୨୦ ମ୍ୟାଚ୍ଟି ବାକି ରହିଲା। ଏଣୁ ଏହି ଶୃଙ୍ଖଳା ସର୍ବାଧିକ ୨-୨ରେ ଡ୍ର ହୋଇପାରେ। ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି ହ୍ବାଟ୍ସଆପ୍‌ରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର,୪ା୨: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍‌ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪…

ହେଲୋ…ମୋର ବିଶ୍ୱାସଘାତକ ବନ୍ଧୁ: ସଂସଦ ପରିସରରେ ରାହୁଲ-ରବନୀତ ଝଗଡା

ନୂଆଦିଲ୍ଲୀ,୪।୩: ସଂସଦ ପରିସରରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ…

ଇତିହାସ ରଚିଲେ ଏଲନ ମସ୍କ: ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ୍‌,୪।୨: ଟେସଲା ମାଲିକ ଏଲନ ମସ୍କ ଇତିହାସ ରଚିଛନ୍ତି। ମହାକାଶ କମ୍ପାନୀ ସ୍ପେସଏକ୍ସ (SpaceX) ତାଙ୍କର AI ଏବଂ ସୋସିଆଲ ମିଡିଆ ଫାର୍ମ xAI ଅଧିଗ୍ରହଣ କରିବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

W,W,W,W,W… ଗୋଟିଏ ଓଭରରେ ୫ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୪।୨:  ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମହାନ କିମ୍ବଦନ୍ତୀମାନେ ଇଣ୍ଡୋନେସିଆର ଗେଡେ ପ୍ରିୟନ୍ଦନାଙ୍କ ପରି ସଫଳତା ହାସଲ କରିବାରେ ବିଫଳ ହୋଇଛନ୍ତି। ପ୍ରିୟନ୍ଦନାଙ୍କ ନାମ ମାତ୍ର ଗୋଟିଏ ଓଭର…

ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବଡ଼ ବୈଠକ: ଜାଣନ୍ତୁ କ’ଣ ହେଲା…

ନୂଆଦିଲ୍ଲୀ,୪।୨: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଆମେରିକାର ଏକ ଉଚ୍ଚସ୍ତରୀୟ ଗସ୍ତ ଆରମ୍ଭ କରିଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ ଆମେରିକାର ଅର୍ଥ…

ମୁମ୍ବାଇ ବିମାନବନ୍ଦରରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ବିମାନ ଧକ୍କା, ଦୁର୍ଘଟଣା ପରେ ଯାତ୍ରୀ…

ମୁମ୍ବାଇ,୩।୨: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ରନୱେରେ ଟାକ୍ସି କରୁଥିବା ସମୟରେ ଏୟାର ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri