IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ ପଡିଥିବା ବେଳେ ଶେଷରେ ଧମାକାଦାର ବ୍ୟାଟିଂ କରିଥିଲେ ପାଣ୍ଡ୍ୟା । ନିୟମିତ ବ୍ୟବଧାନରେ ଓ୍ବିକେଟ ପଡିବାରୁ ଦଳ ସଙ୍କଟରେ ପଡିଥିବା ବେଳେ ଏକାକି ଛକା-ଚୌକା ବର୍ଷା କରିଥିଲେ ପାଣ୍ଡ୍ୟା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୭୫ ରନ୍ । ହାର୍ଦ୍ଦିକ ପାଣ୍ଡ୍ୟା ଶେଷରେ ଧମାକାଦାର ବ୍ୟାଟିଂ କରିବା ସହିତ ଦଳର ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ ।

ଶୁଭମନ ଗିଲ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅଭିଷେକ ଶର୍ମା ମଧ୍ୟ ବଡ଼ ସ୍କୋର କରିପାରି ନାହାନ୍ତି। ଏହି ସମୟରେ, ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ଏନଗିଡି ତିନି ଜଣ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଆଉଟ କରି ବିପର୍ଯ୍ୟୟ ଘଟାଇଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୪ ଓଭରରେ ୩୧ ରନ୍ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ମାର୍କୋ ଜନସେନ ୪ ଓଭରରେ ୨୩ ରନ, ଲୁଥୋ ସିପାମ୍ଲା ୪ ଓଭରରେ ୩୮ ରନ ୨ଟି ଓ୍ବିକେଟ, ଏନରିଚ୍ ନୋର୍କିୟା ୪ ଓଭରାରେ ୪୧ ରନ, କେଶବ ମହାରାଜ ୨ ଓଭରରେ ୨୫ ରନ୍ ଏବଂ ଡୋନୋଭାନ୍ ଫେରେରିଆ ୨ ଓଭରରେ ୧୩ ରନ୍ ଦେଇ ଗୋଟିଏ ସଫଳା ପାଇଥିଲେ ।

ସାଧାରଣତଃ ଟିମ ଇଣ୍ଡିଆ ପାଇଁ ଦ୍ରୁତ ଆରମ୍ଭ ଯୋଗାଉଥିବା ଅଭିଷେକ ଶର୍ମା ୧୭ ରନ କରି ଆଉଟ ହୋଇଥିଲେ। ଦିନିକିଆ ସିରିଜ ହରାଇବା ପରେ ଫେରିଥିବା ଶୁଭମନ ଗିଲ ମାତ୍ର ଚାରି ରନ କରି ଖରାପ ପ୍ରଦର୍ଶନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫ୍ଲପ ଶୋ ଜାରି ରହିଥିଲା। ସେ ଆସିବା ମାତ୍ରେ ଚୌକା ଏବଂ ଛକା ମାରି ଦର୍ଶକଙ୍କ ହୃଦୟ ଜିତିଥିଲେ, କିନ୍ତୁ ସେ ମଧ୍ୟ ମାତ୍ର ୧୨ ରନ କରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଡିଜିଟାଲ୍ ବିପ୍ଳବ: ୬୧% ବ୍ୟବହାରକାରୀ ଦେଖୁଛନ୍ତି ସର୍ଟ-ଭିଡିଓ

ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା…

ମଲ୍ଲୀ ଜେନା ହତ୍ୟାକାଣ୍ଡ ମାମଲା: ୮ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବଞ୍ଚୋ,୨୯ା୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ…

ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା…

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri