Posted inଖେଳ

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୨୧୩ ରନର ବିଶାଳ ସ୍କୋର କରିଥିବା ବେଳେ ଭାରତୀୟ ଦଳ କେବଳ 162 ରନ କରି ଅଟକି ଯାଇଥିଲା।ମ୍ୟାଚ୍ ଶେଷ ହେବା ପରେ ପରେ ସୂର୍ଯ୍ୟକୁମାକ ଦଳର ଭୁଲ ବିଷୟରେ ଖୋଲାଖୋଲି କହିଥିଲେ ।  ବିଶେଷକରି ଟପ୍ ଅର୍ଡରର ବିଫଳତା ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ପଡିଲା ମହଙ୍ଗା- ସୂର୍ଯ୍ୟକୁମାର ଯାଦବ ସ୍ୱୀକାର କରିଥିଲେ ଯେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ଏକ ବଡ଼ ଭୁଲ ପ୍ରମାଣିତ ହୋଇଥିଲା। ସେ କହିଥିଲେ, ମୁଁ ଭାବୁଛି ଆମକୁ ପ୍ରଥମେ ବ୍ୟାଟିଂ କରିବା ଉଚିତ୍ ଥିଲା। ପ୍ରାରମ୍ଭିକ ଓଭରଗୁଡ଼ିକରେ ୱିକେଟ୍ ବ୍ୟାଟିଂ ପାଇଁ ଭଲ ଥିଲା। ଆମେ ବୋଲିଂ କରିବା ସମୟରେ ଲେନ୍ଥ ଠିକ୍ ଭାବରେ ପାଇ ନଥିଲୁ ଏବଂ ଏହା ଆମକୁ ମହଙ୍ଗା ପଡ଼ିଲା। ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ ଶୀଘ୍ର ସ୍କୋର କରିଥିଲା ଏବଂ ଭାରତୀୟ ବୋଲରମାନେ ନିରନ୍ତର ଚାପରେ ଥିଲେ।

ମୁଲାନପୁରରେ କାକର ପଡ଼ିବା ଯୋଗୁଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଟିମ୍ ଇଣ୍ଡିଆ ଏହାର ଫାଇଦା ଉଠାଇପାରିଲା ନାହିଁ। ସୂର୍ଯ୍ୟକୁମାର କହିଥିଲେ, “କିଛି କାକର ପଡ଼ିଥିଲା, କିନ୍ତୁ ଆମର ଯୋଜନା କାମ କରୁନଥିଲା। ଆମକୁ ଆମର ଯୋଜନା ବଦଳାଇବା ଉଚିତ ଥିଲା, କିନ୍ତୁ ଆମେ କରିପାରିଲୁ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପରାଜୟ ଦଳ ପାଇଁ ଏକ ଶିକ୍ଷା ଏବଂ ଭବିଷ୍ୟତରେ ସେମାନେ ଉନ୍ନତି କରିବେ ।

ଟପ୍ ଅର୍ଡରରେ ରାଗିଗଲେ ଅଧିନାୟକ-ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଉଭୟ ଏକ ଦୃଢ଼ ଆରମ୍ଭ ପ୍ରଦାନ କରିବାରେ ବିଫଳ ହୋଇଥିଲେ। ବିଶେଷକରି ଗିଲ୍ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ ଭାବରେ କହିଥିଲେ ଯେ, “ଶୁଭମନ ଏବଂ ମୁଁ ଏକ ଭଲ ଆରମ୍ଭ ଦେବା ଉଚିତ ଥିଲା। ଆମେ ସବୁବେଳେ ଅଭିଷେକ ଶର୍ମାଙ୍କଠାରୁ ପ୍ରଦର୍ଶନ ଆଶା କରିପାରିବା ନାହିଁ। ଶୁଭମନ ମଧ୍ୟ ପ୍ରଥମ ବଲରେ ହିଁ ଆଉଟ୍ ହୋଇଗଲେ। ଏହା ପରେ, ମୁଁ ଏକ ଲମ୍ବା ଇନିଂସ ଖେଳି ଦଳକୁ ସ୍ଥିର କରିବା ଉଚିତ ଥିଲା।” ଅଧିନାୟକ ସ୍ୱୀକାର କରିଥିଲେ ଯେ ତାଙ୍କର ଏବଂ ଗିଲଙ୍କ ବିଫଳତା ଦଳର ପରାଜୟର ଏକ ପ୍ରମୁଖ କାରଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?