ଆଜି ଓ୍ବାଙ୍ଖ୍‌ଡ଼େ ଟକ୍କର: ନ୍ୟୁଜିଲାଣ୍ଡ ପ୍ରତି ଭାରତ ସତର୍କ

ମୁମ୍ବାଇ,୧୫୧୧(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମୁକାବିଲା କରିବେ। ଚମତ୍କାର ପ୍ରଦର୍ଶନ ଜରିଆରେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଲଢୁଆ ପ୍ରଦର୍ଶନ କରିଛି। ଘରୋଇ ଦର୍ଶକଙ୍କ ସମର୍ଥନ ଓ ବର୍ତ୍ତମାନର ଫର୍ମକୁ ଦୃଷ୍ଟିରେ ରଖିଲେ ଭାରତକୁ ଏହି ମ୍ୟାଚ୍‌ ପାଇଁ ଫେଭରିଟ୍‌ ଭାବରେ ବିବେଚନା କରାଯିବ।

ତେବେ ଆଇସିସି ଟୁର୍ନାମେଣ୍ଟଗୁଡିକରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ସାମାନ୍ୟ ଚିନ୍ତାଜନକ। ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହାପୂର୍ବରୁ ଦଳ ୧୯୮୩, ୨୦୦୩ ଓ ୨୦୧୧ରେ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିସାରିଛି। ୨୦୧୯ରେ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତର ପରାଜୟକୁ ଫ୍ୟାନ୍‌ମାନେ ଏଯାଏ ଭୁଲିନାହାନ୍ତି। ତେବେ ଚଳିତ ବର୍ଷ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ଭାରତ ଅନ୍ୟ ଦଳମାନଙ୍କୁ ଢେର ପଛରେ ଛାଡିଛି। ତେବେ ବୁଧବାର ଓ୍ବାଙ୍ଖଡେ ଷ୍ଟାଡିୟମରେ କୌଣସି ବି ଭୁଲ ଭାରତୀୟ ଫ୍ୟାନ୍‌ଙ୍କ ପାଇଁ ଏକ ଜାତୀୟ ବିପର୍ଯ୍ୟୟ ହେବ, ତେଣୁ ଭାରତ ଏହାର ଧ୍ୟାନ ରଖିବ। ଭାରତକୁ ମ୍ୟାଚ୍‌ ଜିତିବା ସହିତ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଭରସାର ଚାପକୁ ମଧ୍ୟ ମୁକାବିଲା କରିବାକୁ ପଡିବ। ଏହି ଚାପରୁ ଉପରକୁ ଉଠି ଭାରତୀୟ ଦଳକୁ ପ୍ରଦର୍ଶନ କରିବାକୁ ପଡିବ।

ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ୍‌ କ୍ରିକେଟର ଦୁଇ ଭିନ୍ନ ବ୍ୟକ୍ତିତ୍ୱ। ତେବେ କେଉଁଭଳି ଚାପର ମୁକାବିଲା କରି ଶାନ୍ତ ରହିବାକୁ ହୁଏ ଉଭୟ ଏହି କଳାରେ ମାହିର। ଏହି ପଡିଆରେ ରନ୍‌ର ପିଛା କରିବା କଷ୍ଟସାଧ୍ୟ ହେଉଥିବା ବେଳେ ଭାରତୀୟ ଫ୍ୟାନ୍‌ମାନେ ରୋହିତ ଶର୍ମା ଟସ୍‌ ଜିତିବା ନେଇ ଆଶା କରିବେ। ଦ୍ୱିତୀୟ ବ୍ୟାଟିଂ କରିବା ସମୟରେ ଲାଇଟ୍‌ ଆଗରେ ବଲ୍‌ ଅଧିକ ସୁଇଂ ହୋଇଥାଏ, ଯେଉଁ କାରଣରୁ ଅନେକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥାଏ। ଉଭୟ ଦଳରେ ବିପର୍ଯ୍ୟୟ ସୃଷ୍ଟିକାରୀ ବୋଲର ରହିଥିବା ବେଳେ ଯେଉଁ ଦଳ ଟସ୍‌ ଜିତିବ ତାହା ପ୍ରଥମେ ବ୍ୟାଟିଂ ନେବାକୁ ପ୍ରୟାସ କରିବ। ଭାରତୀୟ ଦଳର ଓପନର ନିର୍ଭୀକତାର ସହ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ରୋହିତ ଶର୍ମା ଏହି ଟୁର୍ନାମେଣ୍ଟରେ ୫୦୩ ରନ୍‌ ସ୍କୋର କରିଥିବା ବେଳେ ଶୁବମନ୍‌ ଗିଲ୍‌ ୨୭୦ ରନ୍‌ କରିଛନ୍ତି। ବ୍ଲାକ୍‌କ୍ୟାପ୍‌ ଦଳ ବିପକ୍ଷରେ ମଧ୍ୟ ଉଭୟ ସମାନ ରଣନୀତିର ସହ ଓହ୍ଲାଇପାରନ୍ତି।

୫୯୩ ରନ୍‌ କରିଥିବା ବିରାଟ କୋହଲି ଟୁର୍ନାମେଣ୍ଟର ସର୍ବାଧିକ ସ୍କୋରର ରହିଛନ୍ତି। ଐତିହାସିକ ୫୦ତମ ଶତକରୁ ଗୋଟିଏ ପାଦ ଦୂରରେ ରହିଥିବା ବିରାଟ ଭାରତର ବିଜୟରେ ଏହି ଶତକ ସ୍କୋର କରିବାକୁ ଆଶା କରିବେ। ଅନ୍ୟପକ୍ଷରେ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିରେ ଭାରତ ପରାଜିତ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଏଡାଇବାକୁ ପ୍ରୟାସ କରିବେ କୋହଲି। ମିଡିଲ ଅର୍ଡରରେ ଲୋକେଶ ରାହୁଲ ଓ ଶ୍ରେୟସ୍‌ ଆୟର ଫର୍ମକୁ ଫେରିବା ଭାରତ ପାଇଁ ଶୁଭ ସଙ୍କେତ। ଅନ୍ୟତମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ କିଛି ରନ୍‌ ଆଶା କରିବେ ଫ୍ୟାନ୍‌। ଭାରତୀୟ ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା ଓ କୁଲ୍‌ଦୀପ ଯାଦବ ନିୟମିତ ଭଲ ପ୍ରଦର୍ଶନ କରିଛନ୍ତି ଏହା ନିଃସନ୍ଦେହ। ତେବେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ୍‌ ଲାଇମ୍‌ ଲାଇଟ୍‌ ନିଜ ଉପରକୁ ନେବାରେ ସମର୍ଥ ହୋଇଛନ୍ତି। ଭାରତର ବୋଲିଂ ଆକ୍ରମଣ ଚଳିତ ବିଶ୍ୱକପ୍‌ରେ ଯେଉଁଭଳି ସଫଳତା ପାଇଛି ତାହା ଅନ୍ୟ କୌଣସି ଦଳ ପାଇପାରି ନାହିଁ।

ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ମଧ୍ୟ ସମପରିମାଣରେ ଶକ୍ତିଶାଳୀ। ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସାଉଦି ଓ ଲୋକି ଫର୍ଗୁସନଙ୍କ ସହିତ ବାମହାତୀ ସ୍ପିନର ମିଚେଲ ସାଣ୍ଟନର ଦଳକୁ ଶକ୍ତିଶାଳୀ କରୁଥିଲେ ମଧ୍ୟ ଦଳର ପଞ୍ଚମ ବୋଲର ସମସ୍ୟା ରହିଛି। ବ୍ୟାଟିଂରେ ରାଚିନ୍‌ ରବୀନ୍ଦ୍ରଙ୍କୁ ଟୁର୍ନାମେଣ୍ଟର ଆବିଷ୍କାର ବୋଲି କୁହାଯାଉଛି। ଦୁଇଟି ଶତକ ସହ ସେ ୫୬୫ ରନ୍‌ ସ୍କୋର କରିଛନ୍ତି। ତେବେ ଅନ୍ୟତମ ଓପନର ଡେଭନ୍‌ କନ୍‌ଓ୍ବେ କିନ୍ତୁ ଫର୍ମରେ ନାହାନ୍ତି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୫୨* ରନ୍‌ର ଇନିଂସ ଖେଳିବା ପରେ ତାଙ୍କ ବ୍ୟାଟ ନୀରବ ରହିଛି। ମଧ୍ୟକ୍ରମର ଭାର ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ଓ ଡାରିଲ୍‌ ମିଚେଲ୍‌ଙ୍କ ଉପରେ ରହିଛି। କାଗଜକଲମରେ ଭାରତୀୟ ଦଳ ଅଧିକ ଶକ୍ତିଶାଳୀ ରହିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ ପଛରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri