IND vs NZ: ଘୋଷଣା ହେଲା ପନ୍ତଙ୍କ ରିପ୍ଲେସମେଣ୍ଟ, ଓ୍ବାନ ଡେ’ ଟିମରେ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପୂର୍ବରୁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ଯୋଡାଯାଇଛି। ଆହତ ରିଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ ଅଭ୍ୟାସ ସମୟରେ ପନ୍ତ ଆହତ ହୋଇଥିଲେ, ଯାହା ତାଙ୍କୁ ସିରିଜରୁ ବାହାର କରିବାକୁ ବାଧ୍ୟ କରିଥିଲା। ଫଳସ୍ବରୂପ, ଧ୍ରୁବ ଜୁରେଲଙ୍କୁ କେଏଲ ରାହୁଲଙ୍କ ବ୍ୟାକଅପ ଭାବରେ ଦିନିକିଆ ଦଳରେ ସାମିଲ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଦଳରେ ଏହି ପରିବର୍ତ୍ତନ ଶେଷ ମୁହୂର୍ତ୍ତରେ କରାଯାଇଛି। ଭାରତୀୟ ଦଳ ଆଜି ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିବ। ପୂର୍ବରୁ, ଯେତେବେଳେ ମୁଖ୍ୟ ଦଳ ଘୋଷଣା କରାଯାଇଥିଲା, ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇ ନଥିଲା।
ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ରିଷଭ ପନ୍ତଙ୍କ ବଦଳ ଘୋଷଣା କରିଛି ଏବଂ ତାଙ୍କ ଆଘାତ ବିଷୟରେ ଏକ ଅପଡେଟ ପ୍ରଦାନ କରିଛି। ବ୍ୟାଟିଂ ଅଭ୍ୟାସ ସମୟରେ ପନ୍ତ ହଠାତ ତାଙ୍କ ପେଟର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ, ତାଙ୍କୁ ତୁରନ୍ତ MRI ସ୍କାନ ପାଇଁ ନିଆଯାଇଥିଲା ଏବଂ BCCI ଡାକ୍ତରୀ ଦଳ ଜାଣିବାକୁ ପାଇଲା ଯେ ତାଙ୍କର ସାଇଡ ଷ୍ଟ୍ରେନ ଆଘାତ ହୋଇଛି।

 

Dharitri – The Largest & Most Trusted Odia Daily

Share