Categories: Home Leftଖେଳ

ଦ୍ୱିତୀୟ ODI ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ସିରିଜ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଖେଳାଳି, ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୬।୧୧: ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ମ୍ୟାଚ ଆସନ୍ତା ଶନିବାର, ନଭେମ୍ବର ୭ ତାରିଖରେ ୱେଲିଂଟନରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ନୀତିଶ କୁମାର ରେଡ୍ଡୀ ସିରିଜର ବାକି ମ୍ୟାଚଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ନୀତିଶ ପ୍ରଥମ ଦିନିକିଆ ମ୍ୟାଚରେ ମଧ୍ୟ ଖେଳିନଥିଲେ। ଅନ୍ୟପକ୍ଷରେ ମହମ୍ମଦ ସିରାଜଙ୍କୁ ନେଇ ଏବେ ପ୍ରଶ୍ନ ଉଠିଛି। ସେ ଦ୍ୱିତୀୟ ଦିନିକିଆର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା। ଅର୍ଶଦୀପ ସିଂହ, ଗୁରନୂର ବରାର, ଆକିବ ନବୀ ଏବଂ ଅଂଶୁଲ କମ୍ବୋଜ ଦଳରେ ସାମିଲ ଥିଲେ। କିନ୍ତୁ ମହମ୍ମଦ ସିରାଜ ଖେଳିନଥିଲେ। ପ୍ରକୃତରେ ସିରାଜ ଇଣ୍ଡିଆ ‘ଏ’ ପାଇଁ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ ଖେଳୁଥିବାରୁ ଅକଲାଣ୍ଡରେ ଭାରତୀୟ ଦଳ ସହ ଯୋଗ ଦେଇପାରିନଥିଲେ। ଏବେ ୱେଲିଂଟନରେ ସିରାଜ ଟିମ ଇଣ୍ଡିଆର ଦ୍ରୁତ ବୋଲିଂ ବିଭାଗର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି।

ଦଳ ପରିଚାଳନା କମିଟିର ଯୋଜନା ଅନୁସାରେ, ନୀତିଶ କୁମାର ରେଡ୍ଡୀ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ। ଏଥିପାଇଁ ତାଙ୍କୁ ଦିନିକିଆ ସିରିଜ୍ର ଶେଷ ୪ଟି ମ୍ୟାଚ୍‌ରୁ ବାଦ ଦିଆଯାଇଛି। ଟେଷ୍ଟ ସିରିଜ ପ୍ରସ୍ତୁତିର ଅଂଶ ଭାବେ ନୀତିଶ ନଭେମ୍ବର ୭ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ ଇଣ୍ଡିଆ ‘ଏ’ ପାଇଁ ଖେଳିବେ।

ମହମ୍ମଦ ସିରାଜ ଇଣ୍ଡିଆ ‘ଏ’ ପାଇଁ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ଖେଳୁଥିବାରୁ ଅକଲାଣ୍ଡରେ ପ୍ରଥମ ଦିନିକିଆ ଖେଳିପାରିନଥିଲେ। କିନ୍ତୁ ଦ୍ୱିତୀୟ ଦିନିକିଆ ପୂର୍ବରୁ ସେ ୱେଲିଂଟନରେ ଟିମ ଇଣ୍ଡିଆ ସହ ଯୋଗ ଦେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଆକିବ ନବୀଙ୍କୁ ଛାଡ଼ିଦେଲେ ଅନ୍ୟ ତିନି ଜଣ ଭାରତୀୟ ବୋଲର ଦମ୍ଦାର ପ୍ରଦର୍ଶନ କରିଥିଲେ। ତେଣୁ କାହା ସ୍ଥାନରେ ସିରାଜଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବ, ତାହା ଦେଖିବା ରୋଚକ ହେବ।

 

Dharitri – Odisha’s No.1 Odia Daily

Share
Tags: ind vs nz