Categories: Home Leftଖେଳ

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଝଟ୍‌କା! ଦଳରୁ ବାଦ୍‌ ପଡିଲେ ଷ୍ଟାର୍‌ ଖେଳାଳି, ପ୍ଲେଇଂ-୧୧ କିଏ ସ୍ଥାନ ପାଇଲେ ଦେଖନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ। ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆ ୫ ଉଇକେଟ୍‌ରେ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତ ଦୁଇଟି ଭିନ୍ନ ଭିନ୍ନ ଦଳ ଘୋଷଣା କରିଛି। ପ୍ରଥମ ଦିନିକିଆ ପରେ ଏବେ ଭାରତୀୟ ଦଳର ୧୬ ଜଣିଆ ସ୍କୱାଡରୁ ଜଣେ ଖେଳାଳି ବାଦ ପଡ଼ିଛନ୍ତି। ଫଳରେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳର ସଦସ୍ୟ ସଂଖ୍ୟା ୧୫କୁ ହ୍ରାସ ପାଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ ପାଇଁ ଚୟନକର୍ତ୍ତାମାନେ ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଦଳରେ ସ୍ଥାନ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ବିସିସିଆଇ ସ୍ପଷ୍ଟ କରିଥିଲା ଯେ, ନୀତୀଶ କେବଳ ପ୍ରଥମ ଦିନିକିଆ ପାଇଁ ଦଳ ସହ ରହିବେ। ଏହାପରେ ସେ ଇଣ୍ଡିଆ-A ଦଳ ସହ ଯୋଗଦେବେ ଏବଂ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ।

ପ୍ରଥମ ଦିନିକିଆ ପାଇଁ ନୀତୀଶ ଭାରତର ୧୬ ଜଣିଆ ସ୍କୱାଡରେ ସାମିଲ ଥିଲେ। ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ମିଳିନଥିଲା। ଏବେ ସେ ଟିମ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ଏବଂ ଖୁବଶୀଘ୍ର ପରବର୍ତ୍ତୀ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ ପାଇଁ ଇଣ୍ଡିଆ-A ଦଳ ସହ ଯୋଗଦେବେ।

ଏହାଦ୍ୱାରା ଦ୍ୱିତୀୟ ଓ ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳରେ ମାତ୍ର ୧୫ ଜଣ ଖେଳାଳି ରହିବେ। ଅନ୍ୟପକ୍ଷରେ ଶେଷ ଦୁଇଟି ମ୍ୟାଚ ପାଇଁ ଟିମ ଇଣ୍ଡିଆ ପୂର୍ବରୁ ଅଲଗା ସ୍କୱାଡ ଘୋଷଣା କରିଥିଲା। ସେହି ଦଳରେ ନୀତୀଶଙ୍କ ନାମ ନଥିଲା। ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଭାରତୀୟ ଦଳରେ ପୂର୍ବରୁ ୧୫ ଜଣ ସଦସ୍ୟ ରହିଛନ୍ତି। ତେଣୁ ନୀତୀଶଙ୍କ ବିଦାୟ ଯୋଗୁଁ ସେହି ଦୁଇଟି ମ୍ୟାଚରେ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଦ୍ୱିତୀୟ ଓ ତୃତୀୟ ଦିନିକିଆ ପାଇଁ ଟିମ ଇଣ୍ଡିଆର ସ୍କୱାଡ

1. ଶୁଭମନ ଗିଲ (ଅଧିନାୟକ)
2. ରୋହିତ ଶର୍ମା
3. ବିରାଟ କୋହଲି
4. ଶ୍ରେୟସ ଆୟର (ଉପଅଧିନାୟକ)
5. ଅଂଶୁଲ କାମ୍ବୋଜ
6. ଈଶାନ କିଶନ (ଉଇକେଟ୍‌ କିପର)
7. ମହମ୍ମଦ ସିରାଜ
8. କେଏଲ ରାହୁଲ (ଉଇକେଟ୍‌ କିପର)
9. ଅକ୍ଷର ପଟେଲ
10. କୁଲଦୀପ ଯାଦବ
11. ଗୁରନୂର ବରାଡ
12. ଋତୁରାଜ ଗାଏକୱାଡ
13. ଅର୍ଶଦୀପ ସିଂହ
14. ନମନ ଧୀର
15. ଆକିବ ନବୀ

 

Dharitri – Odisha’s No.1 Odia Daily

Share
Tags: ind vs nz