ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ବୋଲିଂ ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୧୩୪ ରନରେ ଅଲଆଉଟ କରିଦେଇଛି, ଫଳରେ ଭାରତକୁ ୧୩୫ ରନର ଟାର୍ଗେଟ ମିଳିଛି। ଗୁରନୁର ୪ଟି ୱିକେଟ ନେଇ ବୋଲିଂରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଅଂଶୁଲ କାମ୍ବୋଜ, ଅକ୍ଷର ପଟେଲ ଏବଂ ଆକିବ ନବି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।
ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ମୋଟ ୧୩୨ ରନ ସଂଗ୍ରହ କରିବା ମଧ୍ୟରେ ୯ଟି ୱିକେଟ ହରାଇଥିଲା। ନବମ ୱିକେଟଟି ଗୁରନୁର ବ୍ରାର୍ ନେଇଥିଲେ, ଯାହା ଏହି ମ୍ୟାଚରେ ତାଙ୍କର ଚତୁର୍ଥ ୱିକେଟ ଥିଲା।