Categories: ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ୧୮ ଜାନୁଆରୀ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯିବ। ୧୬ ଜାନୁଆରୀରେ ନ୍ୟୁଜିଲାଣ୍ଡ ଦଳ ହାଇଦ୍ରାବାଦରେ ପହଞ୍ଚିଛି। ଏହି ସିରିଜ୍‌ ରୋମାଞ୍ଚକର ହେବ। କାରଣ ଉଭୟ ଦଳ ସେମାନଙ୍କର ଶେଷ ଦିନିକିଆ ସିରିଜ ଜିତିଛନ୍ତି। ପାକିସ୍ତାନକୁ ପରାସ୍ତ କରିବା ପରେ କିୱି ଦଳ ଭାରତ ଗସ୍ତରେ ପହଞ୍ଚିଛି। ଏଥି ସହିତ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ଦିନିକିଆ ସିରିଜରେ ପରାସ୍ତ କରିଛି।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ଟସ ମ୍ୟାଚର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଦିନ ୧ଟାରେ ହେବ। ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ପ୍ରସାରଣ ହେବ। ଏହା ବ୍ୟତୀତ ମ୍ୟାଚ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଡିଜନୀ ହଟଷ୍ଟାର୍‌ରେ ମଧ୍ୟ ଦର୍ଶକ ଅନଲାଇନ ଷ୍ଟ୍ରିମିଂ ମାଧ୍ୟମରେ ମ୍ୟାଚ ଉପଭୋଗ କରିପାରିବେ।

Share