Categories: Home Middleଖେଳ

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଭାରତ, ଦେଖନ୍ତୁ ୨ ଦଳର ପ୍ଲେଇଙ୍ଗ୍‌ ୧୧

ନୂଆଦିଲ୍ଲୀ, ୪।୧୧: ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅକ୍ଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତର ଅଧିନାୟକ ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ ବୋଲିିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା କିଛିଦିନ ପରେ ଖେଳୁଥିବାର ନଜର ଆସିବେ।

ଦିନିକିଆରେ ହେଡ ଟୁ ହେଡ କଥା କହିବାକୁ ଗଲେ, ଭାରତ ଏବଂନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୧୨୩ଟି ମ୍ୟାଚ ଖେଳାଯାଇଛି। ଟିମ ଇଣ୍ଡିଆ ୬୩ଟି ଏବଂନ୍ୟୁଜିଲାଣ୍ଡ ୫୨ଟି ମ୍ୟାଚ ଜିତିଛି। ୭ଟି ମୁକାବିଲା ଅର୍ନିଣ୍ଣୀତ ରହିଛି।ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ମ୍ୟାଚଗୁଡ଼ିକୁ ଦେଖିଲେ, ଭାରତ ୪୫ଟି ଦିନିକିଆ ମଧ୍ୟରୁ ମାତ୍ର ୧୪ଟିରେ ବିଜୟ ହାସଲ କରିଛି, ଯେତେବେଳେ କି ୨୬ ଥର ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଛି।

ଭାରତର ପ୍ଲେଇଙ୍ଗ୍‌ ୧୧:

ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେ.ଏଲ. ରାହୁଲ (ଉଇକେଟ୍‌କିପର୍‌), ନମନ ଧୀର, ଅଂଶୁଲ କମ୍ବୋଜ, ଆକିବ ନବୀ, ଗୁରନୁର ବ୍ରାର୍‌, ଅର୍ଶଦୀପ ସିଂହ।

ନ୍ୟୁଜିଲାଣ୍ଡର ପ୍ଲେଇଙ୍ଗ୍‌ ୧୧:

ଟିମ ସିଫର୍ଟ, ୱିଲ ୟଙ୍ଗ, ହେନ୍ରି ନିକୋଲ୍ସ, ଡେରିଲ ମିଚେଲ, ଟମ ଲାଥମ (ଉଇକେଟ୍‌ କିପର୍‌), ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍‌ (ଅଧିନାୟକ), ନାଥନ ସମିଥ, କାଇଲ ଜାମିସନ, ଜାକବ ଡଫି, ବ୍ଲେୟାର ଟିକନର।

Dharitri – Odisha’s No.1 Odia Daily

Share