Categories: ଖେଳ

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ

ଡବଲିନ୍‌,୨୮।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ମଙ୍ଗଳବାର ଅର୍ଥାତ୍‌ ଆଜି ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ ଏଭଳି ପରିସ୍ଥିତିରେ ଭାରତ ଏହି ସିରିଜ ଜିତିବା ପାଇଁ ପଡିଆକୁ ଓହ୍ଲାଇବ।
ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ଉମ୍‌ରାନ ମଲିକଙ୍କ ପରି ଯୁବ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିବ। ବର୍ଷା ହେତୁ ପ୍ରଥମ ମ୍ୟାଚ ୧୨-୧୨ ଓଭର ହୋଇଥିଲା। ତେଣୁ ଦ୍ୱିତୀୟ ଟି-୨୦ରେ ମଧ୍ୟ ବର୍ଷା ଆଶଙ୍କା ରହିଛି। ଯଦି ଏହି ମ୍ୟାଚ ମଧ୍ୟ ବାତିଲ ହୁଏ ତେବେ ଭାରତ ସିରିଜ ଜିତିବ। ଏହି ମ୍ୟାଚ୍‌ ଡବ୍‌ଲିନ୍‌ରେ ଭାରତୀୟ ସମୟ ରାତି ୯ଟାରୁ ଆରମ୍ଭ ହେବ।

Share