Categories: ଖେଳ

ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଭାରତୀୟ ଦଳରେ ୨ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁ ସୁଯୋଗ

ଧର୍ମଶାଳା,୭।୩: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ । ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୩-୧ରେ ଆଗୁଆ ରହିଛି। ତେବେ ଇଂଲଣ୍ଡ ଦଳ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ଏହି ମ୍ୟାଚକୁ ଜିତି ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି। ତେବେ ଭାରତୀୟ ଦଳ ପ୍ଲେ-୧୧ରେ ୨ଟି ପରିବର୍ତ୍ତନ କରିଥିବା ବେଳେ ଦେବଦତ୍ତ ପଡିକ୍କଲଙ୍କୁ ଡେବ୍ୟୁ ସୁଯୋଗ ଦେଇଛି।

ଇଂଲଣ୍ଡ ଦଳ- ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପୋପ, ଜୋ ରୁଟ, ଜନି ବେୟରଷ୍ଟୋ, ବେନ ଷ୍ଟୋକ୍ସ (ଅଧିନାୟକ), ବେନ ଫୋକ୍ସ (ଉଇକେଟ୍‌ କିପର), ଶୋଏବ ବଶିର, ଟମ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ।

ଭାରତ ଦଳ: ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ସରଫରାଜ ଖାନ, ଦେବଦତ୍ତ ପଡିକ୍କଲ, ଧ୍ରୁଭ ଜୁରେଲ (ଉଇକେଟ୍‌୍‌ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।

Share