Categories: ଖେଳ

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଦଳକୁ ବଡ଼ ଝଟ୍‌କା

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟ ଚତୁର୍ଥ ଟେଷ୍ଟ ଓଭାଲରେ ଖେଳାଯାଉଛି। ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି । ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ଆଇସୋଲେସନ୍‌ରେ ଅଛନ୍ତି। ଶାସ୍ତ୍ରୀ ବ୍ୟତୀତ ବୋଲିଂ କୋଚ ଭରତ ଅରୁଣ ଏବଂ ଦୁଇ ଅନ୍ୟ ସଦସ୍ୟ ମଧ୍ୟ ଆଇସୋଲେସନରେ ଅଛନ୍ତି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରବିବାର ଟୁଇଟ୍‌ କରି ଏହି ସୂଚନା ଦେଇଛି। ବିସିସିଆଇର ମେଡିକାଲ୍‌ ଟିମ୍‌ ରବି ଶାସ୍ତ୍ରୀ, ଭରତ ଅରୁଣ, ଆର୍‌. ଶ୍ରୀଧର ଏବଂ ନିତିନ ପଟେଲଙ୍କୁ ଆଲୋସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ୪ ତାରିଖ ସନ୍ଧ୍ୟାରେ ରବି ଶାସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା।

Share