Categories: ଖେଳ

ମାତ୍ର ୩ ବର୍ଷରେ ବଦଳିଗଲା ଏହି କ୍ରିକେଟର୍‌ଙ୍କ ଭାଗ୍ୟ: ଡେବ୍ୟୁ ମ୍ୟାଚ୍‌ରେ ଭାଙ୍ଗିଲେ ୨୪ ବର୍ଷର ରେକର୍ଡ

ଅହମଦାବାଦ,୨୪।୩: କର୍ନାଟକର ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ବପ୍ନ ଶେଷରେ ପୂରଣ ହୋଇଛି। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ର୍‌ଥମ ଏକଦିବସୀୟରେ କ୍ରିଷ୍ଣାଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ସେ ଏହାର ଭରପୂର ଫାଇଦା ଉଠାଇ ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଡେବ୍ୟୁ ମ୍ୟାଚ୍‌ରେ ସେ ୮.୧ ଓଭର ବୋଲିଂ କରି ୫୫ ରନ୍‌ ଦେଇ ୪ଟି ଉଇକେଟ୍‌ ନେଇଥିଲେ। ଏହା କରି ସେ ଡେବ୍ୟୁ ମ୍ୟାଚ୍‌ରେ ୪ ଉଇକେଟ୍‌ ନେବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଏହାସହ ସେ ୨୪ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ୧୯୯୭ରେ ନୋଏଲ ଡେଭିଡ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ରେ ୨୧ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଥିଲେ। ଗୋଟିଏ ଦିନ ପୂର୍ବରୁ ସେ ଟିମ ଇଣ୍ଡିଆ ଜର୍ସି ପିନ୍ଧିଥିବା ଏକ ଫଟୋ ପୋଷ୍ଟ କରି ଏହାକୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ଏଠାରେ ପହଞ୍ଚିବା ପାଇଁ ତାଙ୍କର ଯାତ୍ରା ସହଜ ହୋଇନାହିଁ। ସେ ଥରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଜଣେ ନେଟ ବୋଲର ଥିଲେ। ଜଣେ ବୋଲର ଆହତ ହେବା ପରେ ସେ ଟି -୨୦ଲିଗରେ ଅବତରଣ କରି ନିଜକୁ ପ୍ରମାଣିତ କରିଥିଲେ। ସେପ୍ଟେମ୍ବର ୨୦୧୫ରେ ବାଂଲାଦେଶ ବିପକ୍ଷ ତିନି ଦିନିଆ ୱାର୍ମ ଅପ ମ୍ୟାଚରେ ପ୍ରଥମ ଥର ପାଇଁ ସିନିୟର ସ୍ତରରେ ଚମତ୍କାର ପ୍ରଦର୍ଶନ କରି ପ୍ରସିଦ୍ଧ କ୍ରିଷ୍ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ୪୯ରନ ଦେଇ ୫ଟି ଉଇକେଟ ନେଇଥିଲେ।

Share