Posted inଖେଳ

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୧୯ା୬(ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ ସହିତ ନୂଆ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବ। ଏପର୍ଯ୍ୟନ୍ତ କେବଳ ୩ ଭାରତୀୟ ଦଳ ଯଥା ଅଜିତ ଓ୍ବାଡେକରଙ୍କ ବ୍ୟାଚ୍‌ ୧୯୭୧ରେ, କପିଳ ଦେବଙ୍କ ଟିମ୍‌ ୧୯୮୬ରେ ଓ ରାହୁଲ ଡ୍ରାଭିଡ୍‌ଙ୍କ ଲୋକପ୍ରିୟ ଦଳ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଛନ୍ତି। ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାର ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତୀୟ ଦଳ ଓହ୍ଲାଇବ। ଗତ ଦେଢ଼ ଦଶନ୍ଧିରେ ସବୁଠୁ ସଫଳ ବ୍ୟାଟର ବିରାଟ କୋହଲି, ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଲମ୍ବା ଫର୍ମାଟରୁ ବିଦାୟ ନେଇଛନ୍ତି। ଏମାନଙ୍କ ବିଦାୟ ପରେ ଭାରତୀୟ ଟେଷ୍ଟ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ଦେଖାଦେଇଛି। ଏଥିଯୋଗୁ ୨୫ ବର୍ଷୀୟ ନୂଆ ଅଧିନାୟକ ଗିଲଙ୍କ ଲାଗି ଇଂଲଣ୍ଡ ବିପକ୍ଷ ସିରିଜ୍‌ କୌଣସି ବଡ଼ ପରୀକ୍ଷାରୁ କମ୍‌ ହେବ ନାହିଁ। ଗିଲ୍‌ ଭାରତର ୩୭ତମ ଟେଷ୍ଟ ଅଧିନାୟକ। ଲମ୍ବା ଫର୍ମାଟରେ ବ୍ୟାଟର ଭାବେ ପ୍ରଦର୍ଶନ ଯୋଗୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।
ବ୍ରେଣ୍ଡନ ମ୍ୟାକକୁଲମଙ୍କ କୋଚିଂ ଓ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ପାରମ୍ପରିକ ଟେଷ୍ଟ ମ୍ୟାଚ୍‌ ବ୍ୟାଟିଂ ଶୈଳୀକୁ ବଦଳାଇ ଦେଇଛି। ଦଳର ସବୁଠୁ ଅଭିଜ୍ଞ ଖେଳାଳି ହେଉଛନ୍ତି ଜୋ ରୁଟ। ସେ ୩୬ ଶତକ ସହ ୧୩ ହଜାରରୁ ଊର୍ଦ୍ଧ୍ୱ ରନ କରିସାରିଛନ୍ତି। ସେହିଭଳି ଲୋକେଶ ରାହୁଲ ହେଉଛନ୍ତି ଭାରତର ସବୁଠୁ ଅଭିଜ୍ଞ ଖେଳାଳି। ସେ ଏପର୍ଯ୍ୟନ୍ତ ୫୮ ଟେଷ୍ଟରେ ୩୨୫୭ ରନ କରିଛନ୍ତି। କିନ୍ତୁ ବୋଲିଂ ବିଭାଗରେ ଯଶପ୍ରୀତ ବୁମରାଙ୍କ ଉପସ୍ଥିତି ପ୍ରତିପକ୍ଷ ଇଂଲଣ୍ଡ ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ କଡ଼ା ଚ୍ୟାଲେଞ୍ଜ ଦେବ। ଭାରତୀୟ ଦଳରେ ରୋହିତ ଓ କୋହଲିଙ୍କ ଭଳି ଅଭିଜ୍ଞ ବ୍ୟାଟର ନ ଥିବା ବେଳେ ଇଂଲଣ୍ଡ ମଧ୍ୟ ଦୁଇ ଭେଟେରାନ ପେସର ଜେମ୍ସ ଆଣ୍ଡରସନ ଓ ଷ୍ଟ୍ରୁଆର୍ଟ ବ୍ରଡଙ୍କ ବିନା ଖେଳିବାକୁ ଯାଉଛି। ପ୍ରଥମ ଟେଷ୍ଟ ଲାଗି ଘୋଷିତ ଇଂଲଣ୍ଡ ଦଳରେ ସ୍ପେଶାଲିଷ୍ଟ ବୋଲର ଭାବେ କ୍ରିସ ଓ୍ବକ୍ସ, ବ୍ରାଇଡନ କାର୍ସ, ଜୋଶ ଟଙ୍ଗ ଓ ଶୋଏବ ବଶୀର ରହିଛନ୍ତି। ଏଣୁ ଭାରତୀୟ ଦଳର ଅନଭିଜ୍ଞ ବ୍ୟାଟିଂ ଲାଇନ୍‌ ନିକଟରେ ଇଂଲଣ୍ଡ ବୋଲିଂ ଲାଇନ୍‌ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ସୁଯୋଗ ରହିବ।
ଗମ୍ଭୀର କୋଚ୍‌ ହେବା ପରଠାରୁ ଭାରତୀୟ ଦଳ ୯ ଟେଷ୍ଟ ଖେଳି ୬ ଥର ପରାଜିତ ହୋଇଛି। ଏଣୁ ଏହି ରେକର୍ଡରେ ସୁଧାର ଆଣିବା ପାଇଁ ଗମ୍ଭୀର ଚେଷ୍ଟା କରିବେ। କିନ୍ତୁ ଚୂଡ଼ାନ୍ତ ଏକାଦଶ ବାଛିବା ଗମ୍ଭୀରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପ୍ରଥମ କଥା ହେଲା ଭାରତୀୟ ଦଳ ଏକ ଅତିରିକ୍ତ ବ୍ୟାଟର ଖେଳାଇବ ନା ଦୁଇ ପେସ ବୋଲିଂ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ଦଳରେ ସ୍ଥାନ ମିଳିବ। ଯଦି ଅତିରିକ୍ତ ବ୍ୟାଟରଙ୍କୁ ଖେଳାଯାଏ, ତେବେ ବି ସାଇ ସୁଦର୍ଶନଙ୍କୁ ଟେଷ୍ଟ ପଦାର୍ପଣ ସୁଯୋଗ ମିଳିପାରେ। ସେହିଭଳି ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ମଧ୍ୟରୁ କାହାକୁ ଖେଳାଯିବ। କୁଲଦୀପଙ୍କ ପାଖରେ ଯେକୌଣସି ସର୍ଫେସରେ ବଲକୁ ସ୍ପିନ କରିବାର ଦକ୍ଷତା ରହିଥିବା ବେଳେ ଜାଡେଜା ଜଣେ ଦକ୍ଷ ନଂ-୭ ବ୍ୟାଟର। ହେଲେ ଇଂଲଣ୍ଡରେ ସ୍ପିନର ଭାବେ ତାଙ୍କ ରେକର୍ଡ ସେତେଟା ଭଲ ନାହିଁ। ଏତଦ୍‌ ବ୍ୟତୀତ ତୃତୀୟ ପେସର ଭାବେ କାହାକୁ ଖେଳାଯିବ। ଦଳ ପାଖରେ ଟି୨୦ ସ୍ପେଶାଲିଷ୍ଟ ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶ ଦୀପଙ୍କ ଭଳି ବିକଳ୍ପ ରହିଛି। ଏଣୁ ଗମ୍ଭୀର ଯାହା ବି ନିଷ୍ପତ୍ତି ନେବେ, ତାହା ଆଗାମୀ ଦେଢ଼ ମାସ ମଧ୍ୟରେ ଭାରତୀୟ ଦଳର ଖେଳିବା ଶୈଳୀ ପ୍ରକାଶ କରିବ। ଆୟୋଜକ ଇଂଲଣ୍ଡ ପ୍ରଥମ ଟେଷ୍ଟ ଲାଗି ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ଦଳରେ ଅତିରିକ୍ତ ବ୍ୟାଟର ଭାବେ କ୍ରିସ ଓ୍ବକ୍ସଙ୍କୁ ସାମିଲ କରାଯାଇଛି। ଓ୍ବକ୍ସ ଭାରତ ବିପକ୍ଷରେ ଏକ ଶତକ ମଧ୍ୟ ହାସଲ କରିଛନ୍ତି।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ୨୦ ଜୁନ ରୁ ୨୪ ଜୁନ ପର୍ଯ୍ୟନ୍ତ ଖେଳାଯିବ। ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩:୩୦ରେ ଆରମ୍ଭ ହେବ। ଟସ ଅପରାହ୍ନ ୩:୦୦ ରେ ଅଧ ଘଣ୍ଟା ପୂର୍ବରୁ ହେବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ସୋନି ସ୍ପୋର୍ଟସ ନେଟୱାର୍କରେ ଟିଭିରେ ପ୍ରସାରିତ ହେବ। ଏହି ମ୍ୟାଚର ସିଧା ପ୍ରସାରଣ ବିଭିନ୍ନ ଭାଷାରେ ହେବ। ଏହି ଟେଷ୍ଟ ସିରିଜ ସିଧା ପ୍ରସାରଣ JioHotstar ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri