Posted inଖେଳ

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲିଡ୍ସ,୧୯ା୬(ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ ସହିତ ନୂଆ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବ। ଏପର୍ଯ୍ୟନ୍ତ କେବଳ ୩ ଭାରତୀୟ ଦଳ ଯଥା ଅଜିତ ଓ୍ବାଡେକରଙ୍କ ବ୍ୟାଚ୍‌ ୧୯୭୧ରେ, କପିଳ ଦେବଙ୍କ ଟିମ୍‌ ୧୯୮୬ରେ ଓ ରାହୁଲ ଡ୍ରାଭିଡ୍‌ଙ୍କ ଲୋକପ୍ରିୟ ଦଳ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଛନ୍ତି। ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାର ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତୀୟ ଦଳ ଓହ୍ଲାଇବ। ଗତ ଦେଢ଼ ଦଶନ୍ଧିରେ ସବୁଠୁ ସଫଳ ବ୍ୟାଟର ବିରାଟ କୋହଲି, ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଲମ୍ବା ଫର୍ମାଟରୁ ବିଦାୟ ନେଇଛନ୍ତି। ଏମାନଙ୍କ ବିଦାୟ ପରେ ଭାରତୀୟ ଟେଷ୍ଟ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ଦେଖାଦେଇଛି। ଏଥିଯୋଗୁ ୨୫ ବର୍ଷୀୟ ନୂଆ ଅଧିନାୟକ ଗିଲଙ୍କ ଲାଗି ଇଂଲଣ୍ଡ ବିପକ୍ଷ ସିରିଜ୍‌ କୌଣସି ବଡ଼ ପରୀକ୍ଷାରୁ କମ୍‌ ହେବ ନାହିଁ। ଗିଲ୍‌ ଭାରତର ୩୭ତମ ଟେଷ୍ଟ ଅଧିନାୟକ। ଲମ୍ବା ଫର୍ମାଟରେ ବ୍ୟାଟର ଭାବେ ପ୍ରଦର୍ଶନ ଯୋଗୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।
ବ୍ରେଣ୍ଡନ ମ୍ୟାକକୁଲମଙ୍କ କୋଚିଂ ଓ ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ପାରମ୍ପରିକ ଟେଷ୍ଟ ମ୍ୟାଚ୍‌ ବ୍ୟାଟିଂ ଶୈଳୀକୁ ବଦଳାଇ ଦେଇଛି। ଦଳର ସବୁଠୁ ଅଭିଜ୍ଞ ଖେଳାଳି ହେଉଛନ୍ତି ଜୋ ରୁଟ। ସେ ୩୬ ଶତକ ସହ ୧୩ ହଜାରରୁ ଊର୍ଦ୍ଧ୍ୱ ରନ କରିସାରିଛନ୍ତି। ସେହିଭଳି ଲୋକେଶ ରାହୁଲ ହେଉଛନ୍ତି ଭାରତର ସବୁଠୁ ଅଭିଜ୍ଞ ଖେଳାଳି। ସେ ଏପର୍ଯ୍ୟନ୍ତ ୫୮ ଟେଷ୍ଟରେ ୩୨୫୭ ରନ କରିଛନ୍ତି। କିନ୍ତୁ ବୋଲିଂ ବିଭାଗରେ ଯଶପ୍ରୀତ ବୁମରାଙ୍କ ଉପସ୍ଥିତି ପ୍ରତିପକ୍ଷ ଇଂଲଣ୍ଡ ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ କଡ଼ା ଚ୍ୟାଲେଞ୍ଜ ଦେବ। ଭାରତୀୟ ଦଳରେ ରୋହିତ ଓ କୋହଲିଙ୍କ ଭଳି ଅଭିଜ୍ଞ ବ୍ୟାଟର ନ ଥିବା ବେଳେ ଇଂଲଣ୍ଡ ମଧ୍ୟ ଦୁଇ ଭେଟେରାନ ପେସର ଜେମ୍ସ ଆଣ୍ଡରସନ ଓ ଷ୍ଟ୍ରୁଆର୍ଟ ବ୍ରଡଙ୍କ ବିନା ଖେଳିବାକୁ ଯାଉଛି। ପ୍ରଥମ ଟେଷ୍ଟ ଲାଗି ଘୋଷିତ ଇଂଲଣ୍ଡ ଦଳରେ ସ୍ପେଶାଲିଷ୍ଟ ବୋଲର ଭାବେ କ୍ରିସ ଓ୍ବକ୍ସ, ବ୍ରାଇଡନ କାର୍ସ, ଜୋଶ ଟଙ୍ଗ ଓ ଶୋଏବ ବଶୀର ରହିଛନ୍ତି। ଏଣୁ ଭାରତୀୟ ଦଳର ଅନଭିଜ୍ଞ ବ୍ୟାଟିଂ ଲାଇନ୍‌ ନିକଟରେ ଇଂଲଣ୍ଡ ବୋଲିଂ ଲାଇନ୍‌ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ସୁଯୋଗ ରହିବ।
ଗମ୍ଭୀର କୋଚ୍‌ ହେବା ପରଠାରୁ ଭାରତୀୟ ଦଳ ୯ ଟେଷ୍ଟ ଖେଳି ୬ ଥର ପରାଜିତ ହୋଇଛି। ଏଣୁ ଏହି ରେକର୍ଡରେ ସୁଧାର ଆଣିବା ପାଇଁ ଗମ୍ଭୀର ଚେଷ୍ଟା କରିବେ। କିନ୍ତୁ ଚୂଡ଼ାନ୍ତ ଏକାଦଶ ବାଛିବା ଗମ୍ଭୀରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପ୍ରଥମ କଥା ହେଲା ଭାରତୀୟ ଦଳ ଏକ ଅତିରିକ୍ତ ବ୍ୟାଟର ଖେଳାଇବ ନା ଦୁଇ ପେସ ବୋଲିଂ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ଦଳରେ ସ୍ଥାନ ମିଳିବ। ଯଦି ଅତିରିକ୍ତ ବ୍ୟାଟରଙ୍କୁ ଖେଳାଯାଏ, ତେବେ ବି ସାଇ ସୁଦର୍ଶନଙ୍କୁ ଟେଷ୍ଟ ପଦାର୍ପଣ ସୁଯୋଗ ମିଳିପାରେ। ସେହିଭଳି ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ମଧ୍ୟରୁ କାହାକୁ ଖେଳାଯିବ। କୁଲଦୀପଙ୍କ ପାଖରେ ଯେକୌଣସି ସର୍ଫେସରେ ବଲକୁ ସ୍ପିନ କରିବାର ଦକ୍ଷତା ରହିଥିବା ବେଳେ ଜାଡେଜା ଜଣେ ଦକ୍ଷ ନଂ-୭ ବ୍ୟାଟର। ହେଲେ ଇଂଲଣ୍ଡରେ ସ୍ପିନର ଭାବେ ତାଙ୍କ ରେକର୍ଡ ସେତେଟା ଭଲ ନାହିଁ। ଏତଦ୍‌ ବ୍ୟତୀତ ତୃତୀୟ ପେସର ଭାବେ କାହାକୁ ଖେଳାଯିବ। ଦଳ ପାଖରେ ଟି୨୦ ସ୍ପେଶାଲିଷ୍ଟ ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶ ଦୀପଙ୍କ ଭଳି ବିକଳ୍ପ ରହିଛି। ଏଣୁ ଗମ୍ଭୀର ଯାହା ବି ନିଷ୍ପତ୍ତି ନେବେ, ତାହା ଆଗାମୀ ଦେଢ଼ ମାସ ମଧ୍ୟରେ ଭାରତୀୟ ଦଳର ଖେଳିବା ଶୈଳୀ ପ୍ରକାଶ କରିବ। ଆୟୋଜକ ଇଂଲଣ୍ଡ ପ୍ରଥମ ଟେଷ୍ଟ ଲାଗି ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି। ଦଳରେ ଅତିରିକ୍ତ ବ୍ୟାଟର ଭାବେ କ୍ରିସ ଓ୍ବକ୍ସଙ୍କୁ ସାମିଲ କରାଯାଇଛି। ଓ୍ବକ୍ସ ଭାରତ ବିପକ୍ଷରେ ଏକ ଶତକ ମଧ୍ୟ ହାସଲ କରିଛନ୍ତି।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ୨୦ ଜୁନ ରୁ ୨୪ ଜୁନ ପର୍ଯ୍ୟନ୍ତ ଖେଳାଯିବ। ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩:୩୦ରେ ଆରମ୍ଭ ହେବ। ଟସ ଅପରାହ୍ନ ୩:୦୦ ରେ ଅଧ ଘଣ୍ଟା ପୂର୍ବରୁ ହେବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ସୋନି ସ୍ପୋର୍ଟସ ନେଟୱାର୍କରେ ଟିଭିରେ ପ୍ରସାରିତ ହେବ। ଏହି ମ୍ୟାଚର ସିଧା ପ୍ରସାରଣ ବିଭିନ୍ନ ଭାଷାରେ ହେବ। ଏହି ଟେଷ୍ଟ ସିରିଜ ସିଧା ପ୍ରସାରଣ JioHotstar ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri