Categories: ଖେଳ

ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍‌

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍‌। ୨୪ ଫେବୃୟାରୀରୁ ଏଠାରେ ହେବାକୁ ଥିବା ଦିବାରାତ୍ର ମ୍ୟାଚ୍‌ ପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପ୍ରକାଶ ଯେ, ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବେ। ଏଠାରେ ୧ ଲକ୍ଷ ୧୦ ହଜାର ଲୋକ ଏକତ୍ର ବସି ମ୍ୟାଚ୍‌ ଦେଖିପାରିବେ। ମାତ୍ର କୋଭିଡ୍‌ ପାଇଁ ଏଠାରେ ୫୫ ହଜାର ଲୋକଙ୍କୁ ମ୍ୟାଚ୍‌ ଦେଖିବା ପାଇଁ ଅନୁମତି ମିଳିଛି।
ଅହମ୍ମଦାବାଦର ସରଦାର ପଟେଲ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏହା ମୋଟେରା ଷ୍ଟାଡିୟମ୍‌ ଭାବେ ମଧ୍ୟ ବେଶ୍‌ ପରିଚିତ।

Share