IND vs AUS U19 WC Final: ଭାରତକୁ ୨୫୪ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୧୧।୨: ଅଣ୍ଡର ୧୯ ବିଶ୍ୱକପ ୨୦୨୪ର ଫାଇନାଲରେ ଜିତିବା ପାଇଁ ଅଷ୍ଟ୍ରେଲିଆ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୨୫୪ ରନ ସଂଗ୍ରହ କରିଥିଲା। ହରଜସ ସିଂ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬୪ ବଲ ସମ୍ମୁଖରେ ୫୫ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୩ ଚୌକା ଓ ୩ ଛକା ମାରିଥିଲେ। କ୍ୟାପଟେନ ହ୍ୟୁ ୪୮ ରନର ଚମତ୍କାର ଇନିଂସ ଖେଳିଥିଲେ। ହ୍ୟାରି ଡିକ୍ସନ ୪୨ ରନ ସଂଗ୍ରହ କରିଥିଲେ।
ଟିମ ଇଣ୍ଡିଆ ପାଇଁ ରାଜ ଲିମ୍ବାନୀ ୧୦ ଓଭରରେ ୩୮ ରନ ପାଇଁ ୩ ଉଇକେଟ ନେଇଥିଲେ। ନମନ ତିୱାରୀ ୨ଟି ଉଇକେଟ ନେଇଥିଲେ। ସୌମ୍ୟ ପାଣ୍ଡେ ଏବଂ ମୁଶୀର ଖାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share