Posted inଖେଳ

IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଛି। ତେବେ ସେମିଫାଇନାଲରେ ଲକ୍ଷ୍ୟ ହାସଲ କରିନେଲେ ଭାରତ ଫାଇନାଲରେ ପ୍ରବେଶ କରିବ।

ସୂଚନାଯୋଗ୍ୟ, ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ୩ରୁ ୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଥିଲା। ଅନ୍ୟ ଦୁଇଟି ମ୍ୟାଚ ବର୍ଷାରେ ଧୋଇ ଯାଇଥିଲା। ଦୁଇ ଦଳ ଆଇସିସି ଟୁର୍ନାମେଣ୍ଟର ନକଆଉଟ ପର୍ଯ୍ୟାୟରେ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ଦୁଇ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩ ଥର ବାଜିମାତ କରିଛି। ଭାରତ ଅନ୍ତିମ ଥର ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୨୦୧୫ ବିଶ୍ୱକପ ସେମିଫାଇନାଲରେ ଓ ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲା। ଏଥିପୂର୍ବରୁ ୨୦୨୩ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। କିନ୍ତୁ ଭାରତୀୟ ଦଳ ପାଖରେ ଅଷ୍ଟ୍ରେଲିଆକୁ ଚଳିତ ଥର ଆଇସିସି ଟୁର୍ନାମେଣ୍ଟର ନକଆଉଟରେ ପରାସ୍ତ କରିବାର ଭଲ ସୁଯୋଗ ରହିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ

ଅଷ୍ଟ୍ରେଲିଆ ଦଳ: ଷ୍ଟିଭ ସ୍ମିଥ (ଅଧିନାୟକ), ଆଲେକ୍ସ କାରେ, ଟ୍ରାଭିସ ହେଡ, ବେନ ଡ୍ବାରଶୁଇସ, ନାଥନ ଏଲିସ, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିସ, ସ୍ପେନସର ଜନସନ, ଜେକ ଫ୍ରେଜର-ମ୍ୟାକଗର୍କ


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?