Categories: ଖେଳ

ଭାରତୀୟ ଦଳ ପାଇଁ ଖୁସି ଖବର, ପାସ୍‌ ହେଲେ ଏହି ଖେଳାଳି

ମେଲବର୍ନ,୨୫।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ସେ ଏବେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳା ଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟର ଏକାଦଶରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ଡିସେମ୍ବର ୨୬ରୁ ଖେଳାଯିବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଜାଡେଜା ଖେଳିବା ସମ୍ଭାବନା ରହିଛି। ଭାରତ ପାଇଁ ୪୯ଟି ଟେଷ୍ଟରେ ୨୧୩ ଉଇକେଟ ନେବା ବ୍ୟତୀତ ୧୮୬୯ ସ୍କୋର କରିଥିବା ଜାଡେଜା ପ୍ରଥମ ଟି -୨୦ ମ୍ୟାଚ ସମୟରେ ମୁଣ୍ଡରେ ଆଘାତ ଏବଂ ଗୋଡରେ ମାଂସପେଶୀ ଆଘାତ ହେତୁ ପ୍ରଥମ ଟେଷ୍ଟରେ ଖେଳି ପାରି ନ ଥିଲେ। ଗୁରୁବାର ଭାରତୀୟ କ୍ରିକେଟ ଦଳ ତାଲିମ ଅଧିବେଶନରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ, ଆଡିଲେଡରେ ପ୍ରଥମ ଟେଷ୍ଟରେ ୮ ଉଇକେଟ ହାରିବା ପରେ ଭାରତୀୟ ଦଳ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ଅଛି।

Share