ସିଡ୍ନୀ,୭।୧୨: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ରେ ଭାରତ ଅଷ୍ଟ୍ରେଲିଆକୁ ୬ଟି ଉଇକେଟରେ ପରାସ୍ତ କରିଛି। ଏହା ସହ ଭାରତ ଟି-୨୦ ସିରିଜର ପ୍ରତିଶୋଧ ନେଇ ଟି -୨୦ ସିରିଜରେ ନେଇଛି। ଏହି ମ୍ୟାଚର ହିରୋ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧାୱନ ଥିଲେ, କିନ୍ତୁ ଶ୍ରେୟାସ ଆୟର ମଧ୍ୟ ତାଙ୍କ ବ୍ୟାଟିଂରେ ପ୍ରଭାବିତ କରିଥିଲେ। ମ୍ୟାଚ ସମୟରେ ଶ୍ରେୟସ ଆୟର ଏତେ ଲମ୍ବା ଛକା ମାରିଥିଲେ ଯେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୭.୪ ଓଭରରେ ଶ୍ରେୟସ ଆୟର ଆଦାମ ଜାମ୍ପାଙ୍କ ବଲ୍ରେ ୧୧୧ ମିଟର ଛକା ମାରିଥିଲେ। ଆୟରଙ୍କ ଛକା ଦେଖି ବିରାଟ କୋହଲି ଏବଂ କେ.ଏଲ ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହିତ ଭାରତୀୟ କ୍ରିକେଟ ଦଳର ଜଣେ ସପୋର୍ଟ ଷ୍ଟାଫ ତାଙ୍କ ଆସନରୁ ଠିଆ ହୋଇ ଯାଇଥିଲେ। ଆୟରଙ୍କ ଛକା ଦେଖି ବିରାଟ କୋହଲିଙ୍କ ପାଟି ଖୋଲା ରହିଯାଇଥିଲା ଏବଂ ପୂରା ଷ୍ଟାଡିୟମ କରତାଳି ଦେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ଫ୍ଲପ ହୋଇଥିବା ଶ୍ରେୟସ ଆୟର ୫ ବଲରେ ୧ ଚୌକା ଓ ୧ ଛକା ସହ ୧୨ ରନ ସଂଗ୍ରହ କରିଥିଲେ। ଏହାପୂର୍ବରୁ ଶ୍ରେୟସ ଆୟର ଏକଦିବସୀୟ ସିରିଜରେ ଖରାପ ଫ୍ଲପ କରୁଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଏକଦିବସୀୟ ମ୍ୟାଚ୍ରେ ୨, ୩୮ ଏବଂ ୧୯ ରନ ସ୍କୋର କରିଥିଲେ। ଏଭଳି ପରିସ୍ଥିତିରେ ମନୀଷ ପାଣ୍ଡେଙ୍କୁ ପ୍ରଥମ ଟି -୨୦ମ୍ୟାଚରେ ତାଙ୍କୁ ବାଦ୍ ଦିଆଯାଇ ମନୀଷ ପାଣ୍ଡେଙ୍କୁ ଚୟନ କରାଯାଇଥିଲା। କିନ୍ତୁ ଦ୍ୱିତୀୟ ଟି -୨୦ ରେ ମନୀଷ ପାଣ୍ଡେଙ୍କ ଆଘାତ ଯୋଗୁ ଆୟାର ପୁଣି ଥରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ।


