Categories: ଖେଳ

ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍‌, ଭାରତକୁ ଦେଲା ୧୫୯ ରନ୍‌ର ଲକ୍ଷ୍ୟ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୮ ରନ୍‌ କରିଛି। ତେବେ ଟିମ୍‌ ଇଣ୍ଡିଆ ଆଗରେ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

ମହମ୍ମଦ ନବି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରି ୪୨ ରନ ସଂଗ୍ରହ କରିଛନ୍ତି। ଏହି ସେ ୩ ଛକା ଓ ୩ ଚୌକା ମାରିଛନ୍ତି। ଶେଷରେ ନାଜିବୁଲ୍ଲା ଚମତ୍କାର ବ୍ୟାଟିଂ କରି ୪ ଚୌକା ସହାୟତାରେ ଅପରାଜିତ ୧୯ ରନ୍‌ ସ୍କୋର କରିଛନ୍ତି। ସେହିପରି ଆଜମତୁଲ୍ଲା ୨୯ ରନ୍‌ ଏବଂ କ୍ୟାପଟେନ ଇବ୍ରାହିମ ଜାଦ୍ରାନ ୨୫ ରନ୍‌ର ଇନିଂସ ଖେଳିଛନ୍ତି।

Share