Posted inଖେଳ

‘ପ୍ଲେୟର ଅଫ ଦ ମ୍ୟାଚ’ ହେଲେ ରୋହିତ

ନୂଆଦିଲ୍ଲୀ,୧୮।୧: ଭାରତ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ବିଜୟୀ ହୋଇଛି। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ରନ୍‌ର ବରାବରି କରିଥିଲା। ଯାହା ଫଳରେ ମ୍ୟାଚ ଟାଏ ହୋଇଯାଇଥିଲା। ତେଣୁ ମ୍ୟାଚର ଫଳାଫଳ ବାହାରିବା ପାଇଁ ସୁପର ଓଭର ହୋଇଥିଲା। ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ତେବେ ମ୍ୟାଚ ପରେ ରୋହିତ ଟିମ ଇଣ୍ଡିଆର ଖେଳାଳିଙ୍କ ପ୍ରଶଂସା କରିଛନ୍ତି।

ରୋହିତ ମ୍ୟାଚ ପରେ ରିଙ୍କୁ ସିଂଙ୍କ ପ୍ରଶଂସା କରି କହିଛନ୍ତି, ମୋର ମନେ ନାହିଁ ଯେ ଶେଷ ଥର ଏହା କେବେ ହୋଇଥିଲା। ସହଭାଗୀତା ବଜାୟ ରଖିବା ଦଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରିଙ୍କୁ ଏବଂ ମୁଁ କ୍ରମାଗତ ଭାବରେ ଏ ବିଷୟରେ ଆଲୋଚନା କରିଥିଲୁ। ଆମେ ଆମର ଉଦ୍ଦେଶ୍ୟ ହରାଇବାକୁ ଚାହୁଁନାହୁଁ। ମ୍ୟାଚ ବହୁତ ଆକର୍ଷଣୀୟ ଥିଲ। ସେଠାରେ କିଛି ଚାପ ମଧ୍ୟ ଥିଲା । କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ନିଜ ବ୍ୟାଟିଂ ଉପରେ ନିୟନ୍ତ୍ରଣ ବଜାୟ ରଖିବା।

ସୂଚନାଯୋଗ୍ୟ ଯେ ରୋହିତ ଚମତ୍କାର ବ୍ୟାଟିଂ କରି ୧୨୧ ରନ ସ୍କୋର କରିଥିଲେ। ୬୯ ବଲରେ ୧୧ ଚୌକା ଓ ୮ ଛକା ମାରିଥିଲେ। ରିଙ୍କୁ ରୋହିତଙ୍କୁ ମଧ୍ୟ ବହୁତ ସମର୍ଥନ କରିଥିଲେ। ସେ ୩୯ ବଲରେ ୬୯ ରନ୍‌ ସ୍କୋର କରିଥିଲେ। ସେହି ସମୟରେ ରିଙ୍କୁ ୨ଟି ଚୌକା ଓ ୬ ଛକା ମାରିଥିଲେ। ଦୁହେଁ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri