Posted inଖେଳ

‘ପ୍ଲେୟର ଅଫ ଦ ମ୍ୟାଚ’ ହେଲେ ରୋହିତ

ନୂଆଦିଲ୍ଲୀ,୧୮।୧: ଭାରତ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ବିଜୟୀ ହୋଇଛି। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ରନ୍‌ର ବରାବରି କରିଥିଲା। ଯାହା ଫଳରେ ମ୍ୟାଚ ଟାଏ ହୋଇଯାଇଥିଲା। ତେଣୁ ମ୍ୟାଚର ଫଳାଫଳ ବାହାରିବା ପାଇଁ ସୁପର ଓଭର ହୋଇଥିଲା। ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ତେବେ ମ୍ୟାଚ ପରେ ରୋହିତ ଟିମ ଇଣ୍ଡିଆର ଖେଳାଳିଙ୍କ ପ୍ରଶଂସା କରିଛନ୍ତି।

ରୋହିତ ମ୍ୟାଚ ପରେ ରିଙ୍କୁ ସିଂଙ୍କ ପ୍ରଶଂସା କରି କହିଛନ୍ତି, ମୋର ମନେ ନାହିଁ ଯେ ଶେଷ ଥର ଏହା କେବେ ହୋଇଥିଲା। ସହଭାଗୀତା ବଜାୟ ରଖିବା ଦଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରିଙ୍କୁ ଏବଂ ମୁଁ କ୍ରମାଗତ ଭାବରେ ଏ ବିଷୟରେ ଆଲୋଚନା କରିଥିଲୁ। ଆମେ ଆମର ଉଦ୍ଦେଶ୍ୟ ହରାଇବାକୁ ଚାହୁଁନାହୁଁ। ମ୍ୟାଚ ବହୁତ ଆକର୍ଷଣୀୟ ଥିଲ। ସେଠାରେ କିଛି ଚାପ ମଧ୍ୟ ଥିଲା । କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ନିଜ ବ୍ୟାଟିଂ ଉପରେ ନିୟନ୍ତ୍ରଣ ବଜାୟ ରଖିବା।

ସୂଚନାଯୋଗ୍ୟ ଯେ ରୋହିତ ଚମତ୍କାର ବ୍ୟାଟିଂ କରି ୧୨୧ ରନ ସ୍କୋର କରିଥିଲେ। ୬୯ ବଲରେ ୧୧ ଚୌକା ଓ ୮ ଛକା ମାରିଥିଲେ। ରିଙ୍କୁ ରୋହିତଙ୍କୁ ମଧ୍ୟ ବହୁତ ସମର୍ଥନ କରିଥିଲେ। ସେ ୩୯ ବଲରେ ୬୯ ରନ୍‌ ସ୍କୋର କରିଥିଲେ। ସେହି ସମୟରେ ରିଙ୍କୁ ୨ଟି ଚୌକା ଓ ୬ ଛକା ମାରିଥିଲେ। ଦୁହେଁ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁରିବାକୁ ପସନ୍ଦ କରନ୍ତୁ ଧୋନୀ

ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାରର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ...

IPL 2025 ମଧ୍ୟରେ ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ମହିଳା ଦଳର ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟ ଘୋଷଣା କରିଛି। ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ...

IPL 2025ରେ ‘ବଲ୍ ଟ୍ୟାମ୍ପରିଂ’? ପୁଣି ବ୍ୟାନ୍ ହୋଇପାରେ CSK, କ୍ୟାମେରାରେ କଏଦ ଭିଡିଓ ଭାଇରାଲ୍

ଚେନ୍ନାଇ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (CSK) ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୪...

ଅଧିନାୟକ ହେବା ଲାଗି ଏହି ପେସ୍‌ ବୋଲର ଆଗ୍ରହୀ

ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍‌ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ...

ମ୍ୟାଚ ସମୟରେ ହୃଦଘାତର ଶିକାର ହେଲେ ତମିମ ଇକବାଲ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୩: ପୂର୍ବତନ ବାଂଲାଦେଶ ଅଧିନାୟକ ତମିମ ଇକବାଲ ହୃଦଘାତର ଶିକାର ହୋଇଛନ୍ତି। ମ୍ୟାଚ ଖେଳୁଥିବା ସମୟରେ ତମିମ ଇକବାଲଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କୁ...

ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେସ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ମହିଳା ୩୫ କିମି ଇଭେଣ୍ଟରେ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଲୋଭାକିଆର ଡୁଡିନ୍ସଠାରେ ଚାଲିଥିବା ଡୁଡିନସ୍କା...

ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇର ପରାଜୟ ଧାରା ଜାରି

ଚେନ୍ନାଇ,୨୩ା୩: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ପରାସ୍ତ...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri