Posted inଖେଳ

ଭାରତ ବିପକ୍ଷ ଟି -୨୦ ସିରିଜରେ ହାରି ମଧ୍ୟ ଖୁସି ଅଛନ୍ତି ଆଫଗାନିସ୍ତାନ ଅଧିନାୟକ, କହିଲେ କାରଣ…

ନୂଆଦିଲ୍ଲୀ,୧୮।୧: ଭାରତ ବିପକ୍ଷ ଟି -୨୦ ସିରିଜରେ ଆଫଗାନିସ୍ତାନକୁ ୩-୦ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆଫଗାନିସ୍ତାନ ହାରିଥିଲେ ମଧ୍ୟ ସେମାନେ ପୂରା ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳର ଅଧିନାୟକ ଇବ୍ରାହିମ ଜାଦ୍ରାନ ମଧ୍ୟ ଏଥିରେ ଖୁସି ଅଛନ୍ତି। ତୃତୀୟ ଟି -୨୦ ମ୍ୟାଚରେ ଆଫଗାନିସ୍ତାନ ଭାରତକୁ ସହଜରେ ଜିତିବାକୁ ଦେଇ ନ ଥିଲା। ପ୍ରଥମେ ମ୍ୟାଚ ଟାଏ ହୋଇଥିଲା ଏବଂ ଏହା ପରେ ସୁପର ଓଭର ମଧ୍ୟ ଟାଏ ହୋଇଥିଲା। ଫଳରେ ଦ୍ୱିତୀୟ ସୁପର ଓଭରରେ ଟିମ ଇଣ୍ଡିଆ ଜିତିଥିଲା। ଏହି ମ୍ୟାଚ ସମ୍ପର୍କରେ ଜାଦ୍ରାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମ୍ୟାଚ ପରେ ଜାଦ୍ରାନ କହିଛନ୍ତି କି ତାଙ୍କ ଦଳ ପରାଜିତ ପରେ ମଧ୍ୟ ସେ କାହିଁକି ଖୁସି ଅଛନ୍ତି। ସେ କହିଛନ୍ତି, ମୁଁ ଆମର ପ୍ରଦର୍ଶନ ଯୋଗୁ ଖୁସି। ଆମେ ଭଲ ଖେଳିଛୁ, କିନ୍ତୁ ସୁପରରେ ହାରିବା ଦୁର୍ଭାଗ୍ୟଜନକ ଥିଲା। ଏହି ସିରିଜରୁ ଆମେ ବହୁତ କିଛି ଶିଖିବାକୁ ପାଇଛୁ ଏବଂ ଆମ ପାଇଁ ବହୁତ ସକାରାତ୍ମକ ଥିଲା । ଏଠାରେ ଆମର ଅଭିଜ୍ଞତା ଟି -୨୦ ବିଶ୍ୱକପ୍‌ରେ ଉପଯୋଗୀ ହେବ। ଆମର ଖେଳାଳିମାନେ ଗତ ତିନୋଟି ମ୍ୟାଚରେ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି।

ପ୍ରଥମ ସୁପର ଓଭରରେ ଗୋଟିଏ ଉଇକେଟ୍‌ ହରାଇବା ପରେ ଆଫଗାନିସ୍ତାନ ୧୬ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ମଧ୍ୟ ୧୬ ରନ୍‌ କରିଥିଲା। ଏହା ପରେ ଦ୍ୱିତୀୟ ଓଭରରେ ୧ ଉଇକେଟ୍‌ ହରାଇବା ପରେ ଭାରତ ୧୧ ରନ୍‌ ସଂଗ୍ରହ କରିଥିଲା। ହେଲେ ଏହାର ଜବାବରେ ଆଫଗାନିସ୍ତାନ ଦଳ ମାତ୍ର ୧ରନ ସ୍କୋର କରିପାରିଥିଲା। ଏହିପରି ଟିମ ଇଣ୍ଡିଆ ବେଙ୍ଗାଲୁରୁରେ ଏକ ରୋମାଞ୍ଚକର ବିଜୟ ପଞ୍ଜିକରଣ କଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri