Categories: ଖେଳ

ଏସିଆ କପ୍‌ ଫାଇନାଲରେ ଭାରତ

ଢାକା,୧୩।୧୦: ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଟି -୨୦ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଦଳ ପ୍ରଥମ ସେମିଫାଇନାଲରେ ଥାଇଲ୍ୟାଣ୍ଡକୁ ୭୪ ରନରେ ପରାସ୍ତ କରିଛି। ଏହା ହେଉଛି ଟୁର୍ନାମେଣ୍ଟର ଅଷ୍ଟମ ସିଜନ ଏବଂ ଭାରତୀୟ ଦଳ ପ୍ରତ୍ୟେକ ଥର ଟାଇଟଲ ମ୍ୟାଚରେ ପହଞ୍ଚି ୬ ଥର ଜିତିଛି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ମ୍ୟାଚ୍‌ରେ ପ୍ରଥମ ଖେଳି ଭାରତ ୬ ଉଇକେଟ ହରାଇ ୧୪୮ ରନ୍‌ ସ୍କୋର କରିଥିଲା। ଓପନର୍‌ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ସର୍ବାଧିକ ୪୨ ରନ ସଂଗ୍ରହ କରିଥିଲେ। ହରମାନପ୍ରୀତ ମଧ୍ୟ ୩୬ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଥାଇଲାଣ୍ଡର ଦଳ ୯ ଉଇକେଟ୍‌ ହରାଇ କେବଳ ୭୪ ରନ ସ୍କୋର କରିପାରିଥିଲା। ଅଫ ସ୍ପିନର ଦୀପ୍ତି ଶର୍ମା ୭ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଏବଂ ଶ୍ରୀଲଙ୍କା କିଛି ସମୟ ପରେ ଭେଟିବେ। ଏହି ମ୍ୟାଚ ଜିତିଥିବା ଦଳ ଭାରତ ବିପକ୍ଷରେ ଖେଳିବ।
ଏହାପୂର୍ବରୁ ଭାରତୀୟ ଦଳ ୨୦୦୪, ୨୦୦୫, ୨୦୦୬, ୨୦୦୮, ୨୦୧୨ ଏବଂ ୨୦୧୬ରେ ଏସିଆ କପ ଟାଇଟଲ ଜିତିଛି।

Share