କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

କାର୍ଯ୍ୟଦକ୍ଷତା ବଢ଼ାଇବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ତାଙ୍କର ମନ ପସନ୍ଦର ବହି ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତାରେ ବୃଦ୍ଧି ଘଟିଥାଏ। ଏପରି ବିଷୟକୁ ନେଇ ନିକଟରେ ହୋଇଥିବା ଏକ ସର୍ଭେରୁ ଏଭଳି ରୋଚକ ତଥ୍ୟ ମିଳିଛି। ‘କାର୍ଯ୍ୟଦକ୍ଷତା ଓ ପଢ଼ାପଢ଼ି’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିମାନଙ୍କୁ ସାଧାରଣ ଜୀବନ ଶୈଳୀ ଆପଣେଇବାକୁ କୁହାଯାଇଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ଗ୍ରୁପ୍‌ରେ ଥିବା ବ୍ୟକ୍ତିଙ୍କୁ ନିୟମିତ ସେମାନଙ୍କର ମନପସନ୍ଦର ବହି ପଢ଼ିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ନିୟମିତ ନିଜ ମନ ପସନ୍ଦର ବହି ପଢ଼ୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ପୂର୍ବାପେକ୍ଷା ବୃଦ୍ଧି ପାଇଥିବାର ଜଣାପଡିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।