‘ପୂର୍ବବର୍ଷ ଅପେକ୍ଷା ବଢ଼ିଛି ଅଣଟିକସ ଆୟ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): କୋଭିଡ୍‌ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଜନିତ ମାନ୍ଦା ଅବସ୍ଥାକୁ ଅତିକ୍ରମକରି ୨୦୨୦-୨୧ରେ ରାଜ୍ୟର ଅଣଟିକସ ଆୟ ପୂର୍ବବର୍ଷ ଅପେକ୍ଷା ୪୮.୬୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧୪,୬୪୭ କୋଟି ଟଙ୍କା ଅଣଟିକସ ବାବଦରେ ଆଦାୟ ହୋଇଥିବା ବେଳେ ୨୦୨୦-୨୧ରେ ୨୧,୭୭୦.୬୪ କୋଟି ଟଙ୍କା ଆଦାୟ ହୋଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଅଶୋକ କୁମାର ମୀନା ବିଭିନ୍ନ ବିଭାଗରେ ରାଜସ୍ବ ସଂଗ୍ରହ ଏବଂ ଯୋଜନା ବାବଦ ଆବଣ୍ଟନର ବିନିଯୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରିଛନ୍ତି। ବିଭାଗଓ୍ବାରୀ ତଥ୍ୟର ସମୀକ୍ଷା କରି ଦୃତ ଅବିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ଓ ସ୍କିମ୍‌ରେ ଦିଆଯାଇଥିବା ଅର୍ଥର ବିନିଯୋଗ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୀନା ଆହୁରି କହିଛନ୍ତି ଯେ, ଅଧିକ ସଂଖ୍ୟକ ଜିବୀକା ନିର୍ବାହ ପନ୍ଥା ଅଭିବୃଦ୍ଧି ସମ୍ବନ୍ଧିତ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ନିଜସ୍ବ ଟିକସ ବାବଦରେ ୨୦୨୧୯-୨୦ ବର୍ଷରେ ୩୨,୩୧୫ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୩୪,୩୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିଜସ୍ବ-ଟିକସ ବାବଦରେ ମଧ୍ୟ ଅଭିବୃଦ୍ଧି ହାର ପୂର୍ବବର୍ଷ ତୁଳନାରେ ୭.୧୧ ପ୍ରତିଶତ ଅଧିକ ହୋଇଛି। ରାଜସ୍ବ ସଂଗ୍ରହ ବୃଦ୍ଧି ସହ ଆବଣ୍ଟିତ ଅର୍ଥ ବିନିଯୋଗରେ ମଧ୍ୟ ବୃଦ୍ଧି ଘଟିଛି। ୨୦୨୦-୨୧ ମାର୍ଚ୍ଚ ଶେଷସୁଦ୍ଧା ସମୁଦାୟ ଅର୍ଥ ବିନିଯୋଗ ୧ ଲକ୍ଷ ୨୬ ହଜାର ୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅନ୍‌ଲାଇନ୍‌ ଟ୍ୟାକ୍ସ ପୈଠ ଏବଂ ଇଲେକ୍ଟ୍ରୋନିକ୍‌ ରସିଦ ରାଜସ୍ବ ଆଦାୟ ପ୍ରକ୍ରିୟାକୁ ମଧ୍ୟ ଅଧିକ ସରଳ ଓ ସ୍ବଚ୍ଛ କରାଯାଇଛି ବୋଲି ସୀମା କହିଛନ୍ତି। ମୁଖ୍ୟ ଶାସନ ସଚିବ ଡ଼ି.ଏମ୍‌.ଏଫ୍‌ ଏବଂ ଓମ୍ବାଡସ୍‌ ପ୍ରକଳ୍ପଗୁଡିକର ମଧ୍ୟ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ଡ଼ିଏମ୍‌ଏଫ୍‌ ରେ ସମୁଦାୟ ୧୨,୩୭୬ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଏହି ପାଣ୍ଠିରୁ ପ୍ରାୟ ୧୩,୭୪୯ କୋଟି ଟଙ୍କା ଆକଳନର ୧୯୪୯୬ ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri