ବଢ଼ିଛି ସଂକ୍ରମଣ, କମିଛି ଅପରାଧ ପରିସଂଖ୍ୟାନ

ଭଦ୍ରକ ଅଫିସ,୨୦।୭- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ୩୨୩ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୫ରୁ ଊର୍ଦ୍ଧ୍ୱ ହେଲାଣି। ଭଦ୍ରକ ପୌରାଞ୍ଚଳ ଓ ଧାମନଗର, ବାସୁଦେବପୁର ସହରାଞ୍ଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି। ଭଦ୍ରକ ପୌରପାଳିକା, ତହସିଲ କାର୍ଯ୍ୟାଳୟ ଓ ଥାନାରୁ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଯଦିଓ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କୁହାଯାଇଛି କିନ୍ତୁ ଅନେକ ଆଶଙ୍କା ଘନୀଭୂତ ହୋଇଛି। ୪ ମାସ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପର୍ଯ୍ୟାୟକ୍ରମେ ବଢ଼ୁଛି। କିନ୍ତୁ ଜିଲାରେ ଏହି ୪ ମାସ ମଧ୍ୟରେ ଅପରାଧ ପରିସଂଖ୍ୟନ ଏକ ପ୍ରକାର ନିୟନ୍ତ୍ରଣ ମଧ୍ୟରେ ରହିଥିବା କୁହାଯାଇଛି। ସେଭଳି କିଛି ବଡ଼ ଅପରାଧ ଜିଲାରେ ଘଟି ନ ଥିବା ଜଣାପଡ଼ିଛି।
କେନ୍ଦ୍ର ସରକାର ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ଏହାପରଠାରୁ ଲକ୍‌ ଡାଉନ ଓ ଶଟ୍‌ ଡାଉନ ପ୍ରକ୍ରିୟା ଜାରି ରହଛି। ଏହି କାରଣରୁ ଜିଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଜିଲାର ୧୭ଟି ଥାନା ଅଞ୍ଚଳରେ ମୋଟ ୧,୩୮୬ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ଏହି ୪ ମାସ ମଧ୍ୟରେ ୧,୫୭୬ ଟି ମାମଲା ରୁଜୁ ହୋଇଥିଲା। ଏଣୁ ଏହି ଅପରାଧ ସଂଖ୍ୟାକୁ ତର୍ଜମା କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ହେଲେ ଅପରାଧ ସଂଖ୍ୟା କମିଛି ବୋଲି କୁହାଯାଇଛି। ଚଳିତ ବର୍ଷ ଆଗରପଡ଼ା ଥାନାରେ ଏହି ୪ ମାସ ମଧ୍ୟରେ ୩୮ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୬୨ଟି ମାମଲା ରୁଜୁ ହୋଇଥିଲା। ବାଁଶଡ଼ା ଥାନାରେ ୬୮ଟି ହୋଇଥିବା ବେଳେ ଗତବର୍ଷ ୧୧୧ଟି, ବାସୁଦେବପୁରରେ ଚଳିତ ବର୍ଷ ୧୨୦ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୧୬୫ଟି, ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୩୧୫ ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୨୫୪ଟି, ଭଦ୍ରକ ସହରାଞ୍ଚଳରେ ଚଳିତ ବର୍ଷ ୧୧୯ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୧୨୬ଟି ମାମଲା ରୁଜୁ ହୋଇଛି। ସେହିଭଳି ଭଣ୍ଡାରିପୋଖରୀରେ ୭୬ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୬୩ଟି, ବନ୍ତ ଥାନାରେ ୫୬ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୪୯ଟି, ଚାନ୍ଦବାଲିରେ ଚଳିତବର୍ଷ ୭୯ ହୋଇଥିବା ବେଳେ ଗତବର୍ଷ ୧୧୪ଟି ମାମଲା, ଚୂଡ଼ାମଣି ସାମୁଦ୍ରିକ ଥାନାରେ ଚଳିତବର୍ଷ ୨୭ଟି ମାମଲା ହୋଇଥିବା ବେଳେ ଗତବର୍ଷ ୨୫ଟି, ଧାମନଗର ଥାନାରେ ୯୦ଟି ହୋଇଥିବା ବେଳେ ଗତବର୍ଷ ୧୦୦ଟି ମାମଲା, ଧାମରା ସାମୁଦ୍ରିକ ଥାନାରେ ୩ଟି ମାମଲା ହୋଇଥିବା ବେଳେ ଗତବର୍ଷ ୯ଟି ମାମଲା, ଧାମରା ଥାନାରେ ୧୭ଟି ହୋଇଥିବା ବେଳେ ଗତବର୍ଷ ୨୩ଟି ମାମଲା, ଧୂଷୁରୀରେ ୭୬ଟି ହୋଇଥିବା ବେଳେ ଗତବର୍ଷ ୯୩ଟି ମାମଲା ରୁଜୁ ହୋଇଛି।
ସେହିଭଳି କଷିଆ ସାମୁଦ୍ରିକ ଥାନାରେ ୧୭ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୨୩ଟି ମାମଲା, ନାୟକାଣିଡିହୀରେ ୪୫ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୭୬ଟି ମାମଲା, ପୁରୁଣାବଜାର ଥାନାରେ ୬୧ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୮୫ଟି ମାମଲା ଏବଂ ତିହିଡ଼ି ଥାନାରେ ୧୭୯ ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୧୯୮ଟି ମାମଲା ରୁଜୁ ହୋଇଛି। ଏନେଇ ଆଇନଜୀବୀ ଗଦାଧର ବଳ କୁହନ୍ତି କରୋନା ସଂକ୍ରମଣ ଅନେକାଂଶରେ ଅପରାଧକୁ ନିୟନ୍ତ୍ରଣ କରିଛି ଓ କରିବ ମଧ୍ୟ। ସେହିଭଳି ଅତିରିକ୍ତ ଏସ୍‌ପି ବିକାଶ ଦାସ କୁହନ୍ତି କରୋନା ସଂକ୍ରମଣ ଜାତୀୟ ବିପତ୍ତି ଭାବେ ଠିଆ ହୋଇଛି। ଅପରାଧ ନିୟନ୍ତ୍ରଣାଧିନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri