ବଢ଼ିଛି ସଂକ୍ରମଣ, କମିଛି ଅପରାଧ ପରିସଂଖ୍ୟାନ

ଭଦ୍ରକ ଅଫିସ,୨୦।୭- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ୩୨୩ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୫ରୁ ଊର୍ଦ୍ଧ୍ୱ ହେଲାଣି। ଭଦ୍ରକ ପୌରାଞ୍ଚଳ ଓ ଧାମନଗର, ବାସୁଦେବପୁର ସହରାଞ୍ଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଛି। ଭଦ୍ରକ ପୌରପାଳିକା, ତହସିଲ କାର୍ଯ୍ୟାଳୟ ଓ ଥାନାରୁ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଯଦିଓ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କୁହାଯାଇଛି କିନ୍ତୁ ଅନେକ ଆଶଙ୍କା ଘନୀଭୂତ ହୋଇଛି। ୪ ମାସ ମଧ୍ୟରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପର୍ଯ୍ୟାୟକ୍ରମେ ବଢ଼ୁଛି। କିନ୍ତୁ ଜିଲାରେ ଏହି ୪ ମାସ ମଧ୍ୟରେ ଅପରାଧ ପରିସଂଖ୍ୟନ ଏକ ପ୍ରକାର ନିୟନ୍ତ୍ରଣ ମଧ୍ୟରେ ରହିଥିବା କୁହାଯାଇଛି। ସେଭଳି କିଛି ବଡ଼ ଅପରାଧ ଜିଲାରେ ଘଟି ନ ଥିବା ଜଣାପଡ଼ିଛି।
କେନ୍ଦ୍ର ସରକାର ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ଏହାପରଠାରୁ ଲକ୍‌ ଡାଉନ ଓ ଶଟ୍‌ ଡାଉନ ପ୍ରକ୍ରିୟା ଜାରି ରହଛି। ଏହି କାରଣରୁ ଜିଲାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ଜୁଲାଇ ୧୫ ତାରିଖ ମଧ୍ୟରେ ଜିଲାର ୧୭ଟି ଥାନା ଅଞ୍ଚଳରେ ମୋଟ ୧,୩୮୬ ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ଏହି ୪ ମାସ ମଧ୍ୟରେ ୧,୫୭୬ ଟି ମାମଲା ରୁଜୁ ହୋଇଥିଲା। ଏଣୁ ଏହି ଅପରାଧ ସଂଖ୍ୟାକୁ ତର୍ଜମା କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ହେଲେ ଅପରାଧ ସଂଖ୍ୟା କମିଛି ବୋଲି କୁହାଯାଇଛି। ଚଳିତ ବର୍ଷ ଆଗରପଡ଼ା ଥାନାରେ ଏହି ୪ ମାସ ମଧ୍ୟରେ ୩୮ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୬୨ଟି ମାମଲା ରୁଜୁ ହୋଇଥିଲା। ବାଁଶଡ଼ା ଥାନାରେ ୬୮ଟି ହୋଇଥିବା ବେଳେ ଗତବର୍ଷ ୧୧୧ଟି, ବାସୁଦେବପୁରରେ ଚଳିତ ବର୍ଷ ୧୨୦ ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୧୬୫ଟି, ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୩୧୫ ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୨୫୪ଟି, ଭଦ୍ରକ ସହରାଞ୍ଚଳରେ ଚଳିତ ବର୍ଷ ୧୧୯ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୧୨୬ଟି ମାମଲା ରୁଜୁ ହୋଇଛି। ସେହିଭଳି ଭଣ୍ଡାରିପୋଖରୀରେ ୭୬ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୬୩ଟି, ବନ୍ତ ଥାନାରେ ୫୬ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୪୯ଟି, ଚାନ୍ଦବାଲିରେ ଚଳିତବର୍ଷ ୭୯ ହୋଇଥିବା ବେଳେ ଗତବର୍ଷ ୧୧୪ଟି ମାମଲା, ଚୂଡ଼ାମଣି ସାମୁଦ୍ରିକ ଥାନାରେ ଚଳିତବର୍ଷ ୨୭ଟି ମାମଲା ହୋଇଥିବା ବେଳେ ଗତବର୍ଷ ୨୫ଟି, ଧାମନଗର ଥାନାରେ ୯୦ଟି ହୋଇଥିବା ବେଳେ ଗତବର୍ଷ ୧୦୦ଟି ମାମଲା, ଧାମରା ସାମୁଦ୍ରିକ ଥାନାରେ ୩ଟି ମାମଲା ହୋଇଥିବା ବେଳେ ଗତବର୍ଷ ୯ଟି ମାମଲା, ଧାମରା ଥାନାରେ ୧୭ଟି ହୋଇଥିବା ବେଳେ ଗତବର୍ଷ ୨୩ଟି ମାମଲା, ଧୂଷୁରୀରେ ୭୬ଟି ହୋଇଥିବା ବେଳେ ଗତବର୍ଷ ୯୩ଟି ମାମଲା ରୁଜୁ ହୋଇଛି।
ସେହିଭଳି କଷିଆ ସାମୁଦ୍ରିକ ଥାନାରେ ୧୭ଟି ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ୨୩ଟି ମାମଲା, ନାୟକାଣିଡିହୀରେ ୪୫ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୭୬ଟି ମାମଲା, ପୁରୁଣାବଜାର ଥାନାରେ ୬୧ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୮୫ଟି ମାମଲା ଏବଂ ତିହିଡ଼ି ଥାନାରେ ୧୭୯ ଟି ରୁଜୁ ହୋଇଥିବା ବେଳେ ଗତବର୍ଷ ୧୯୮ଟି ମାମଲା ରୁଜୁ ହୋଇଛି। ଏନେଇ ଆଇନଜୀବୀ ଗଦାଧର ବଳ କୁହନ୍ତି କରୋନା ସଂକ୍ରମଣ ଅନେକାଂଶରେ ଅପରାଧକୁ ନିୟନ୍ତ୍ରଣ କରିଛି ଓ କରିବ ମଧ୍ୟ। ସେହିଭଳି ଅତିରିକ୍ତ ଏସ୍‌ପି ବିକାଶ ଦାସ କୁହନ୍ତି କରୋନା ସଂକ୍ରମଣ ଜାତୀୟ ବିପତ୍ତି ଭାବେ ଠିଆ ହୋଇଛି। ଅପରାଧ ନିୟନ୍ତ୍ରଣାଧିନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri