‘ବର୍ଦ୍ଧିତ କୋଇଲା ରୟାଲ୍‌ଟି ମିଳୁନି’

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମେ’ ସୁଦ୍ଧା ନିଜସ୍ବ ରାଜସ୍ବ ବାବଦକୁ ୧୫, ୯୮୯ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ସେଥିରୁ ନିଜସ୍ବ ଟିକସ ବାବଦକୁ ୬,୬୬୩ କୋଟି ୫୮ ଲକ୍ଷ, ନିଜସ୍ବ ଅଣଟିକସ ରାଜସ୍ବ ବାବଦକୁ ୯, ୩୨୬ କୋଟି ୨୯ ଲକ୍ଷ ଆଦାୟ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ଯଥାକ୍ରମେ ୨୪.୩୩ ଏବଂ ୫୧.୯୯ ପ୍ରତିଶତ ଅଧିକ। ସୋମବାର ପ୍ରଶ୍ନକାଳରେ ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ମୂଳ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଖଣି ରାଜସ୍ବ ୨୦୨୦-୨୧ରେ ୧୩,୭୯୧ କୋଟି ୭୨ ଲକ୍ଷ ଆଦାୟ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୧୩,୭୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୮,୬୪୨ କୋଟି ୨ ଲକ୍ଷ ସଂଗ୍ରହ କରାଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୩୫୫.୫ ପ୍ରତିଶତ। ସେହିପରି ଅବକାରୀ ରାଜସ୍ବ ୨୦୨୦-୨୧ରେ ୫୦୫୩ କୋଟି ୬ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଏ ବାବଦରେ ମୋଟ ୫୫୨୭ କୋଟି ୬୦ ଲକ୍ଷ ଟଙ୍କା ପ୍ରାପ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ, ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ବାବଦରେ ରାଜ୍ୟ ସରକାର କେଉଁ ସଂସ୍ଥାରୁ କେତେ ପାଇଛନ୍ତି। ମନ୍ତ୍ରୀ କହିଲେ, ରାଜ୍ୟକୁ ବର୍ଦ୍ଧିତ କୋଇଲା ରୟାଲଟି ମିଳୁ ନାହିଁ। ଭାଜପା ସଭ୍ୟ ମୋହନ ମାଝି ପଚାରିଲେ, ରାଜ୍ୟର ନିଜସ୍ବ ଆୟ ବୃଦ୍ଧି ପାଇଁ କି ବ୍ୟବସ୍ଥା ରହିଛି। ରାଜ୍ୟର କେତେ ଅଭିବୃଦ୍ଧି ହୋଇଛି। ମନ୍ତ୍ରୀ କହିଲେ, ରାଜ୍ୟର ଅଭିବୃଦ୍ଧି ଗତ ୧୦ ବର୍ଷରେ ୭ ପ୍ରତିଶତ ହୋଇ ଆସିଥିଲା। ଚଳିତ ବର୍ଷ ୮ରୁ ୮.୫% ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କେନ୍ଦ୍ର ସରକାରଙ୍କ ଉପରେ ପଡ଼ି ରହିଥିବା ରାଜ୍ୟର ୯୦ ହଜାର କୋଟି ଟିକସକୁ ଆଦାୟ କରିବାକୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି ବିଜେଡି ସଭ୍ୟ ମନୋହର ରନ୍ଧାରୀ ଜିଏସ୍‌ଟି ବାବଦକୁ କେନ୍ଦ୍ର ସରକାର କେତେ ଦେବାକୁ ବାକି ରହିଛି ବୋଲି ପଚାରିଥିଲେ। ମନ୍ତ୍ରୀ କହିଲେ, ୨୦୨୧-୨୨ରେ ୫,୫୨୭ କୋଟି ଜିଏସ୍‌ଟି ବାବଦରେ ଓଡ଼ିଶାକୁ ମିଳିଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୬୪୯୬ କୋଟି ଟଙ୍କା ମିଳିଛି। ବକେୟା ଅର୍ଥ ପାଇବା ଲାଗି ରାଜ୍ୟ ସରକାର ଅଲ୍‌ ଇଣ୍ଡିଆ ଫାଇନାନ୍ସ କମିଶନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri