Categories: ଜାତୀୟ

ୟୁକ୍ରେନ୍‌ ଫେରନ୍ତାଙ୍କ ପାଇଁ ମେଡିକାଲ ସିଟ୍‌ ବଢ଼ାଅ

ନୂଆଦିଲ୍ଲୀ, ୩୦ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ସିଟ୍‌ ବଢ଼ାଇବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସମସ୍ତ ଛାତ୍ରୀଛାତ୍ର ସେମାନଙ୍କ ପାଠପଢ଼ା ପୂର୍ଣ୍ଣ କରିବା ପାଇଁ ଗୋଟିଏ ଥର ଭାରତୀୟ ମେଡିକାଲ କଲେଜରେ ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ କେସିଆର୍‌ ଚିଠିରେ ଅନୁରୋଧ କରିଛନ୍ତି। ରୁଷିଆର ଆକ୍ରମଣ ଯୋଗୁ ପ୍ରାୟ ୨୦ ହଜାର ଛାତ୍ରୀଛାତ୍ର ଭାରତ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଷ୍ଟୁଡେଣ୍ଟ। ଅନେକେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ କେନ୍ଦ୍ର ସରକାର ସେମାନଙ୍କ ଶିକ୍ଷା ପୂର୍ଣ୍ଣ କରିବା ପାଇଁ ସହଯୋଗ କରନ୍ତୁ ବୋଲି କେସିଆର୍‌ କହିଛନ୍ତି।

Share