Categories: ଜାତୀୟ

କନ୍ୟାଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବ ଆସନ୍ତା ସପ୍ତାହରେ ଲୋକ ସଭାରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସରକାର କନ୍ୟାଙ୍କ ବିବାହର ନ୍ୟୁନତମ ଆଇନଗତ ବିବାହ ବୟସ ପୁରୁଷଙ୍କ ସହ ସମାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି ପ୍ରଥମେ କନ୍ୟାଙ୍କ ବିବାହ ବୟସ ୧୮ ଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୨୧ କରାଯିବ । କ୍ୟାବିନେଟରେ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏବେ କେନ୍ଦ୍ର ସରକାର କହିଛନ୍ତି ଆସନ୍ତା ସପ୍ତାହରେ ଏହାସହ ଜଡିତ ଥିବା ବିଲ୍ ଲୋକ ସଭାରେ ଉପସ୍ଥାପନ କରାଯିବ । ଏହା ବ୍ୟତୀତ ନିର୍ବାଚନ ସଂଶୋଧନ ସହ ଜଡିତ ବିଲ ମଧ୍ୟ ଆସନ୍ତା ସପ୍ତାହରେ ଉପସ୍ଥାପନ କରାଯିବ । ଏପଟେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ବି.ମୁରଲିଧର ରାଜ୍ୟ ସଭାରେ ବି ସୂଚନା ଦେଇଛନ୍ତି କି ଆସନ୍ତା ସପ୍ତାହରେ ଏହି ବିଲ୍ ଆସିବ ।
କନ୍ୟାଙ୍କ ବିବାହ ବୟସ ବୃଦ୍ଧି ବିଲ୍‌ର ନାମ ରହିବ ‘ବାଲ ବିବାହ ନିଷେଧ’ ଏହା ମାଧ୍ୟମରେ ବାଲ ବିବାହ ଅଧିନିୟମରେ ପରିବର୍ତ୍ତନ କରାଯିବ ।

Share