‘ବାଘୁଣୀ ଇଚ୍ଛାରେ ବଢ଼େ ବାଘ ବଂଶ’

ବାରିପଦା,୨୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏନ୍‌ଟିସିଏ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଶିମିିଳିପାଳରେ ମହାବଳ ସଂଖ୍ୟା ବଢ଼ିଛି। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ବନ ବିଭାଗ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ତେବେ ବାଘବଂଶ ବୃଦ୍ଧିରେ ବାଘୁଣୀର ଅବଦାନ ଅତୁଳନୀୟ ବୋଲି ବାରିପଦା କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବାଘୁଣୀ ଇଚ୍ଛା କଲେ ବାଘ ବଂଶ ବଢ଼ିଥାଏ ବୋଲି ସେ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ରେ ଶିମିଳିପାଳରେ ମାତ୍ର ୪ଟି ମହାବଳ ବାଘ ଥିଲେ। ସେଥିମଧ୍ୟରୁ ୩ଟି ବାଘୁଣୀ ଥିବା ବେଳେ ଗୋଟିଏ କଳା ଅଣ୍ଡିରା ବାଘ ଥିଲା। ବଂଶବୃଦ୍ଧି ନିମନ୍ତେ କଳା ଅଣ୍ଡିରା ବାଘ ସହିତ ବାଘୁଣୀର ମିଳନ ପରେ ମିଲେନାଷ୍ଟିକ ବାଘ ଛୁଆ ଜନ୍ମ ନେଇଥିଲେ। ବର୍ତ୍ତମାନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୭ ମହାବଳ ବାଘ ରହିଥିବା ଗଣନାରୁ ଜଣାପଡ଼ିଛି ା ସେଥିମଧ୍ୟରୁ ୧୪ଟି ବାଘୁଣୀ ଅଛନ୍ତି। ୫ବାଘୁଣୀ ଛୁଆ ଜନ୍ମ କରିଛନ୍ତି। ୨ଟି ମିଲେନାଷ୍ଟିକ ପ୍ରଜାତିର ବାଘ ରହିଛନ୍ତି। ତେବେ ପ୍ରତି ବାଘର ଆୟୂଷ ୧୪ରୁ ୧୬ବର୍ଷ ହୋଇଥାଏ। ବାଘ ବୁଢ଼ା ହେବା ପରେ ତା’ର ଶିକାର କରିବାର ଶକ୍ତି କମି କମି ଯିବା ସହିତ ଲଢ଼େଇ କରିବାର କ୍ଷମତା ହରାଇଥାଏ । ଫଳରେ ଅନ୍ୟ ବାଘ ସହିତ ଲଢେଇ କରି ଶେଷରେ ହାରିଯାଇ ନିଜେ ଶିକାର ହୋଇଯାଇଥାଏ। ଯେତେବେଳ ପର୍ଯ୍ୟନ୍ତ ବାଘୁଣୀଟି ନିଜ ଛୁଆର ସୁରକ୍ଷା, ନିର୍ଭୟ ସ୍ଥାନ, ନିଶବ୍ଦ ଅଞ୍ଚଳ, ଉପଯୁକ୍ତ ବାସସ୍ଥଳୀ ଓ ସହଜ ଖାଦ୍ୟ ଅନ୍ବେଷଣ ଭଳି ସ୍ଥାନ ପାଇ ନ ଥାଏ, ସେତେବେଳ ପର୍ଯ୍ୟନ୍ତ ଅଣ୍ଡିରା ବାଘ ସହିତ ସମ୍ପର୍କ ସ୍ଥାପନ କରି ନ ଥାଏ। କାରଣ ଛୁଆ ଜନ୍ମ ହେବା ମାତ୍ରେ ଅଣ୍ଡିରା ବାଘ ସେହି ଛୁଆଙ୍କୁ ମାରି ପୁନର୍ବାର ବାଘୁଣୀ ସହିତ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଥାଏ। କୌଣସି କାରଣରୁ ଛୁଆଙ୍କ ମୃତ୍ୟୁ ହେଲେ ୬ମାସ ଅନ୍ତରରେ ବାଘୁଣୀ ଜନ୍ମ କରିବାକୁ ଇଚ୍ଛା କରିଥାଏ। ମାତ୍ର ଥରେ ବାଘୁଣୀ ଗର୍ଭବତୀ ହେବା ପରେ ଅଣ୍ଡିରା ବାଘକୁ ନିଜ ପାଖକୁ ଆସିବାକୁ ଦେଇ ନ ଥାଏ। ବାଘୁଣୀ ଛୁଆ ଜନ୍ମ କରିବା ପରେ ଅଣ୍ଡିରା ବାଘ କିମ୍ବା ହିଂସ୍ର ଜନ୍ତୁଙ୍କ ଭୟ ଥାଏ। ଖାଦ୍ୟ ଅନ୍ବେଷଣରେ ବାଘୁଣୀ ଯିବା ସମୟରେ ଛୁଆମାନଙ୍କୁ ନିଛାଟିଆ ଘଞ୍ଚ ସ୍ଥାନ କିମ୍ବା ପଥର ଗୁମ୍ଫାରେ ରଖିଯାଇଥାଏ। ନିକଟରେ ଏବଂ ସହଜରେ ହରିଣ, ଶମ୍ବର, କୁଟୁରା, ବାର୍‌ହା ଭଳି ଜନ୍ତୁକୁ ଶିକାର କରି ଫେରିବା ପରେ ନିଜେ ଖାଇବା ସହ ଛୁଆମାନଙ୍କୁ ଖାଦ୍ୟ ଖୁଆଇଥାଏ ା ସେହିପରି ଉପଯୁକ୍ତ ପାଣିପାଗରେ ଛୁଆମାନେ କିପରି ତିଷ୍ଠି ରହିପାରିବେ ସେନେଇ ବାଘୁଣୀ ସୁରକ୍ଷିତ ଅଞ୍ଚଳ ବାଛିଥାଏ। ଛୁଆ ଜନ୍ମ ହେବା ପରେ ଉକ୍ତ ଅଞ୍ଚଳକୁ କୌଣସି ଅଣ୍ଡିରା କିମ୍ବା ମାଈ ବାଘକୁ ପ୍ରବେଶ କରିବାକୁ ଦେଇ ନ ଥାଏ। ଛୁଆ ବଡ଼ ହୋଇ ଆମତ୍ରକ୍ଷାର କୌଶଳ ଓ ଶିକାର ଶିଖିବା ପର୍ଯ୍ୟନ୍ତ ବାଘୁଣୀଟି ପୁନର୍ବାର ମା’ ହେବାକୁ ଇଚ୍ଛା କରି ନ ଥାଏ। ୨/୪ ବର୍ଷରେ ଥରେ ବାଘୁଣୀ ଛୁଆ ଜନ୍ମ କରିଥାଏ। ଏକ ବର୍ଷ ଛୁଆମାନଙ୍କୁ ସାଥୀରେ ଧରି ସୁରକ୍ଷା ଯୋଗାଇ ଆସିଥାଏ ା କୌଣସି ଛୁଆ ଦୁର୍ବଳ ହୋଇଥିଲେ ବାଘୁଣୀ ତାହାକୁ ଅଣଦେଖା କରିଥାଏ। ଗୋଟିଏ ଛୁଆ ପାଇଁ ଅନ୍ୟ ଛୁଆଙ୍କର ଯେମିତି ମୃତ୍ୟୁ ନ ହେଉ ସେଥିପାଇଁ ଗୋଠଛଡ଼ା କରିଦେଇଥାଏ। ୩ ମାସ ପର୍ଯ୍ୟନ୍ତ ବାଘ ଛୁଆ ମା’ କ୍ଷୀର ଖାଇ ବଞ୍ଚତ୍ବା ପରେ ମାଂସାଶୀ ହୋଇଥାନ୍ତି।
ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ସଂଘର୍ଷମୟ ଜୀବନ ବିତାଉଥିବା ବାଘ ବଂଶବୃଦ୍ଧିରେ ଶିକାରୀଙ୍କ ଅନୁପ୍ରବେଶକୁ ରୋକ ଲଗାଯିବା ନିତାନ୍ତ ଆବଶ୍ୟକ। ଆଭ୍ୟନ୍ତରୀଣ ଅଞ୍ଚଳରେ ସମସ୍ତ ପ୍ରକାର ଜୀବଜନ୍ତୁଙ୍କ ସୁରକ୍ଷା ଓ ଯନତ୍ ନିଆଯାଇପାରିଲେ ବାଘ ବଂଶ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri