ଆଇଟି ରିଟର୍ନ ଅବଧି ବୃଦ୍ଧି ହେଉ: ଅର୍ଥମନ୍ତ୍ରୀଙ୍କୁ ଟୁଇଟ୍‌ କରି ଜଣାଇଲେ ସମସ୍ୟା

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ଆୟକର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଟିକସଦାତାଙ୍କ ପ୍ରବଳ ଭିଡ଼ ବିଭିନ୍ନ ଆଇଟି ରିଟର୍ନ ସେଣ୍ଟର ଓ ସେବାକେନ୍ଦ୍ରରେ ଦେଖିବାକୁ ମିଳିଛି। ଯେହେତୁ ଆୟକର ରିଟର୍ନ ଦାଖଲ କରିବାର ସମୟସୀମା ପାଖେଇ ଆସୁଛି ,ଏହାକୁ ନେଇ ଟିକସଦାତାଙ୍କ ଉପରେ ଏହାର ଚାପ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଫଳରେ ଟ୍ୟାକ୍ସ ଦାଖଲ ପାଇଁ ଉର୍ଦ୍ଦିଷ୍ଟ ସାଇଟ୍‌ରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଯାଉଛି। ବିଭାଗୀୟ ୱେବ୍‌ସାଇଟରେ ଟିକସ ଦାଖଲ ପାଇଁ ସଂଯୋଗ କରିବାକୁ ଚେଷ୍ଟାକରି ବିଫଳହେବା ପରେ ଟିକସଦାତା ଟୁଇଟ୍‌ କରି ଆୟକର ରିଟର୍ନ ଦାଖଲ ପାଇଁ ଧାର୍ଯ୍ୟ ତାରିଖକୁ କିଛିଦିନ ବୃଦ୍ଧି କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କ ପୋଷ୍ଟ ଓ ପେଜ୍‌ ଜରିଆରେ ମଧ୍ୟ ନିବେଦନ କରିଥିବା ସୂଚନା ମିଳିଛି। ଅନେକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ କହିଛନ୍ତି, ରବିବାର ସକାଳ ୧୦ ଘଟିକାରୁ ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ୨ରୁ ୩ଟି ରିଟର୍ନ ଫାଇଲ୍‌ କରିବାରେ ସକ୍ଷମ ହୋଇଥିବା ବେଳେ ଅନେକ ସାଇଟ୍‌ ଖୋଲୁ ନ ଥିବା ଅଭିଯୋଗ କରିଛନ୍ତି। ଆୟକର ବିଭାଗର ଆର୍ଥତ୍କ ବର୍ଷ ୨୦୧୯-୨୦ ମସିହାର ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ କରିବାକୁ ଇମେଲ୍‌ ଏବଂ ଏସ୍‌ଏମ୍‌ଏସ୍‌ ତଥା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଟିକସଦାତାଙ୍କୁ ଏକାଧିକ ଥର ଅବଗତ କରାଇଥିଲେ । ସାଧାରଣତଃ ଟ୍ୟାକ୍ସ ରିଟର୍ନ ପ୍ରତିବର୍ଷ ୩୧ ଜୁଲାଇ ସୁଦ୍ଧା ଦାଖଲ କରାଯାଇଥାଏ। ଚଳିତ ବର୍ଷ ମହାମାରୀ କାରଣରୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏ ବର୍ଷ ଏହାର ଶେଷ ତାରିଖକୁ ୩୧ ଡିସେମ୍ବର ୨୦୨୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭାଗୀୟ ସୂଚନା ଅନୁସାରେ ୨୫ ଡିସେମ୍ବର ୨୦୨୦ ସୁଦ୍ଧା ପ୍ରାୟ ୪.୦୬ କୋଟି ଆୟକର ରିଟର୍ନ ଫାଇଲ ହୋଇଥିବା ସୂଚନା ରହିଛି। ସରକାର ଓ ବିଭାଗ ଏ ନେଇ ଚିନ୍ତା କରୁଥିବା ଓ ଟିକସଦାତାଙ୍କ ଦାବିକୁ ସମ୍ମାନ ଜଣାଇ ସମୟସୀମା ବୃଦ୍ଧି କରିବାର ଯୋଜନା ବିଷୟରେ ଉଚ୍ଚସ୍ତରୀୟ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ଏ ନେଇ ବିସ୍ତୃତ ସୂଚନା ଦେଇଥିଲେ। ଯେହେତୁ ବିଭାଗୀୟ ସାଇଟ ସଂଯୋଗରେ ସମସ୍ୟା ରହିଛି ଏବଂ ଟିକସଦାତା ଟିକସ ଦେବା ବା ରିଟର୍ନ ଫାଇଲ କରିବା ପାଇଁ ଆଗ୍ରହୀ ଅଛନ୍ତି ସରକାର ଏ କଥାକୁ ବିଚାରକୁ ନେଇ ଆଗାମୀ ତାରିଖ ବୃଦ୍ଧି ସମ୍ପର୍କରେ ନୋଟିସ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri