ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ସଂଖ୍ୟା ଦ୍ୱିଗୁଣୀତ ହୋଇଛି। ପୂର୍ବରୁ ୧୭ଟି କ୍ଷେତ୍ରରେ ପୁରସ୍କାର ଦିଆଯାଉଥିବାବେଳେ ଏବେ ଏହା ୩୪କୁ ବୃଦ୍ଧି କରାଯାଇଛି। ପ୍ରଥମକରି ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା ପାଇଁ ପ୍ରଚଳିତ ହେବ ଆଉ ୧୭ଟି ପୁରସ୍କାର। ଏ ସମ୍ପର୍କରେ ସୂଚନା ଦେଇ ଏକାଡେମୀ ସଚିବ ପ୍ରବୋଧ ରଥ କହିଛନ୍ତି, ପୂର୍ବରୁ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସର୍ବୋଚ୍ଚ ସମ୍ମାନ ବାବଦକୁ ୫ଲକ୍ଷ ଟଙ୍କା ଦିଆଯାଉଥିଲା। କିନ୍ତୁ ଏବେ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ନୂଆକରି ‘ଜାତୀୟ କଳିଙ୍ଗ କଳା ସମ୍ମାନ’ ପ୍ରଦାନ କରାଯିବ। ଏଥିପାଇଁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ବାକି ସମସ୍ତ ଏକାଡେମୀ ସମ୍ମାନ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏ ଦିଆଯିବ।
ଭାବେ ପୁରସ୍କାର ଘୋଷଣା ହୋଇଥିବା ବିଭାଗ ମଧ୍ୟରେ ସଙ୍ଗୀତରେ ଭକ୍ତି ସଙ୍ଗୀତ, ସଙ୍ଗୀତ ନିର୍ଦ୍ଦେଶକ, ମଞ୍ଚକଳା (ନାଟକ ସହିତ ସାମଗ୍ରିକ ଲୋକକଳା)ରେ ରୂପସଜ୍ଜା, କେଶ ବିନ୍ୟାସ ଓ ମଞ୍ଚ ପ୍ରସ୍ତୁତି ଏବଂ ଶବ୍ଦ ଓ ଆଲୋକ, କଳା ପାଣ୍ଡିତ୍ୟରେ ପ୍ରଦର୍ଶନ କଳା ଗବେଷକ, କଳା ସଙ୍ଗଠକ ଓ କଳା ସଙ୍ଗଠନ, ଆନଦ୍ଧ ବାଦ୍ୟ (ଶାସ୍ତ୍ରୀୟ)ରେ ତବଲା, ମର୍ଦ୍ଦଳ, ଆନଦ୍ଧ ବାଦ୍ୟ (ଲୋକବାଦ୍ୟ)ରେ କିରଣ ଯୁକ୍ତ, କିରଣ ବିଯୁକ୍ତ, ଲୋକ ସଙ୍ଗୀତରେ ପାଲା ଓ ଦାସକାଠିଆ ଏବଂ ଅଭିନୟରେ ମଞ୍ଚ ନାଟକ ଆଦି ରହିଛି। ଏଥିସହ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ପାରଦର୍ଶିତା ଥିବା ୮ଜଣ ବରିଷ୍ଠ କଳାକାରଙ୍କୁ ପ୍ରତିବର୍ଷ ସମ୍ବର୍ଦ୍ଧିତ କରାଯିବ। ଯେଉଁମାନେ ବିଭିନ୍ନ ସମ୍ମାନରୁ ବଞ୍ଚତ୍ତ ହୋଇଛନ୍ତି ଓ ଏସବୁ ପାଇବାଠୁ ବହୁ ଊଦ୍ଧର୍‌ବରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ମୋଟ ୮ ଲକ୍ଷ ପ୍ରଦାନ କରାଯିବ। ପୁରସ୍କାରରେ ସ୍ବଚ୍ଛତା ଲାଗି ପୂର୍ବରୁ ଯେମିତି ଆବେଦନ ପ୍ରକ୍ରିୟା ଥିଲା, ତାହା ରହିବ କିନ୍ତୁ ତାକୁ ଆଉ ଟିକେ ଉନ୍ନତ କରାଯିବାକୁ ପ୍ରୟାସ ଚାଲିଛି। ଏହାଛଡ଼ା ‘ଜାତୀୟ କଳିଙ୍ଗ କଳା ସମ୍ମାନ’ ପାଇଁ ୱେବ୍‌ସାଇଟ ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ କରାଯିବ। ସ୍ବତନ୍ତ୍ର ସର୍ବଭାରତୀୟସ୍ତରର ଚୟନ କମିଟି ଦ୍ବାରା ଚୟନ କରାଯିବ। ଏକାଡେମୀର ଏହି ନିଷ୍ପତ୍ତିକୁ ସରକାରୀସ୍ତରରେ ଅନୁମୋଦନ ମିଳିସାରିଛି। ଖୁବ୍‌ଶୀଘ୍ର ପୁରସ୍କାର ପ୍ରଦାନ ପ୍ରକ୍ରିୟାର ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସଚିବ ରଥ କହିଛନ୍ତି। ତେବେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବୟସ ସୀମା ୫୫, ଏକାଡେମୀ ସମ୍ମାନ ବୟସ ସୀମା ୪୫ ଏବଂ ଯୁବ ସମ୍ମାନ ଓ ବରିଷ୍ଠ ସମ୍ବର୍ଦ୍ଧନା ବୟସ ସୀମା ୫୫ରୁ ଊଦ୍ଧର୍‌ବ ରହିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri