ରେକର୍ଡ ପରିମାଣର ସୁନା କ୍ରୟ

ଭୁବନେଶ୍ୱର,୫।୮(ଅଭୟ ଦାଶ): ଗତ କିଛି ମାସ ହେବ ବିଶ୍ୱ ସୁନା ବଜାର ଓ ବଜାର କାରବାରରେ ଅନ୍ତର ସୃଷ୍ଟି ହୋଇଛି। ବିଶେଷକରି ବିଶ୍ୱ ବଜାରରେ ସୁନା କ୍ରୟର ଚାହିଦା ରହିଥିବାବେଳେ ଘରୋଇ ବଜାରଗୁଡିକରେ ସୁନାର ଚାହିଦା ସେହି ପରିମାଣରେ କାରବାର ହୋଇପାରିନାହିଁ ବୋଲି ଓ୍ବାର୍ଲଡ ଗୋଲ୍‌ଡ କାଉନସିଲ (ଡବ୍ଲ୍ୟୁଜିସି)ର ସଦ୍ୟତମ ସୁନା ଚାହିଦା ଧାରା ରିପୋର୍ଟରୁ ଜଣାପଡ଼ିଛି। ସେହିଭଳି ୨୦୨୩ ବର୍ଷର ପ୍ରଥମ ୬ମାସରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ରେକର୍ଡ ପରିମାଣର ସୁନା କ୍ରୟ କରିଛନ୍ତି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ମଧ୍ୟରେ ସୁନା ଚାହିଦା (ଓଟିସିକୁ ବାଦ୍‌ ଦେଇ) ୨% ହ୍ରାସ ପାଇ ବର୍ଷକ ମଧ୍ୟରେ ୯୨୧ ଟନ୍‌ ହୋଇଛି। ମୋଟ ଚାହିଦା (ଓଟିସି)କୁ ମିଶାଇ ବର୍ଷକୁ ବର୍ଷ ମଧ୍ୟରେ ୭% ବୃଦ୍ଧି ପାଇଥିଲା, ଯାହା ବିଶ୍ୱସ୍ତରରେ ଏକ ଦୃଢ଼ ସୁନା ବଜାରକୁ ଦର୍ଶାଉଛି। ବିଶେଷକରି ୨ୟ ତ୍ରୈମାସିକରେ କେନ୍ଦ୍ରୀୟ ବ୍ୟାଙ୍କର ଚାହିଦା ବର୍ଷକ ମଧ୍ୟରେ ୧୦୩ ଟନ୍‌କୁ ହ୍ରାସ ପାଇଛି। ମାତ୍ର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବର୍ଷର ପ୍ରଥମ ୬ମାସରେ ରେକର୍ଡ ପରିମାଣର ୩୮୭ ଟନ୍‌ ସୁନା କିଣିଛନ୍ତି। ଏପରିକି ଏକ ଦୀର୍ଘକାଳୀନ ସକାରାତ୍ମକ ଧାରା ଅନୁସାରେ ତ୍ରୈମାସିକ ଚାହିଦା ରହିଛି, ଯାହା ବର୍ଷସାରା ସରକାରୀ କ୍ଷେତ୍ରରେ ସୁନା କିଣା ଦୃଢ଼ ରହିବ।
ଏ ସମ୍ପର୍କରେ ଡବ୍ଲ୍ୟୁଜିସିର ସିନିୟର ମାର୍କେଟ ଆନାଲିଷ୍ଟ୍‌ ଲାଉସି ଷ୍ଟ୍ରିଟ୍‌ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ରେକର୍ଡ ଚାହିଦା ଗତ ବର୍ଷ ସୁନା ବଜାର ଉପରେ ପ୍ରଭାବ ବିସ୍ତାର କରି ରଖିଥିଲା ଏବଂ ଦ୍ୱିତୀୟ ତ୍ରୈମାସିକରେ ମନ୍ଥର ଗତି ସାମ୍ପ୍ରତିକ ଭୂରାଜନୈତିକ ଉତ୍ତେଜନା ଓ ସାରା ବିଶ୍ୱରେ ଦେଖାଦେଇଥିବା ଅର୍ଥନୈତିକ ଆହ୍ବାନପୂର୍ଣ୍ଣ ସ୍ଥିତିରେ ଏକ ସୁରକ୍ଷିତ ସମ୍ପତ୍ତି ଭାବେ ସୁନାର ଗୁରୁତ୍ୱକୁ ଜଣାଉଛି। ୨୦୨୩ ର ଦ୍ୱିତୀୟ ତ୍ରୈମାସିକରେ ଅର୍ଥନୈତିକ ହ୍ରାସ ସୁନାକୁ ଉପରକୁ ନେଇଛି, ଯାହା ଏକ ସୁରକ୍ଷିତ ସମ୍ପତ୍ତି ମାନ୍ୟତା ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରୁଛି। ଏଭଳି ସ୍ଥିତିରେ ନିବେଶକ ଓ କେନ୍ଦ୍ରୀୟ ବ୍ୟାଙ୍କ ଚାହିଦାରୁ ସୁନାକୁ ସହଯୋଗ ମିଳିବ। ଯାହା ଗ୍ରାହକଙ୍କ ବ୍ୟୟରେ ହ୍ରାସ ଯୋଗୁ ଅଳଙ୍କାର ଓ ପ୍ରଯୁକ୍ତି ଚାହିଦାରେ ଥିବା ଦୁର୍ବଳତାକୁ ଦୂର କରିବ।
ସେହିଭଳି ଡବ୍ଲ୍ୟୁଜିସିର ଆଞ୍ଚଳିକ ସିଇଓ, ଭାରତ ସୋମସୁନ୍ଦରମ ପିଆର୍‌ କହିଛନ୍ତି, ଭାରତର ସୁନା ଚାହିଦା ଗତବର୍ଷର ୨ୟ ତ୍ରୈମାସିକର ୧୭୦.୭ ଟନ୍‌ ତୁଳନାରେ ୨୦୨୩ ଦ୍ୱିତୀୟ ତ୍ରୈମାସିକରେ ୧୫୮.୧ ଟନ୍‌କୁ ହ୍ରାସ ପାଇଛି। ଭାରତରେ ସୁନା ଅଳଙ୍କାର ଚାହିଦା ଉଲ୍ଲେଖନୀୟ ଭାବେ ବର୍ଷକୁ ବର୍ଷ ଭିତ୍ତିରେ ୮% ହ୍ରାସ ପାଇ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ୧୨୮ ଟନ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri