ସୁନା ସଂରକ୍ଷଣରେ ବୃଦ୍ଧି

ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା ଭାରତର ସୁନା ସଂରକ୍ଷଣ ୪୦% ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇଛି। ଏପରିକି ଏହି ସମାନ ଅବଧି ମଧ୍ୟରେ ମୋଟ ସୁନା ଭଣ୍ଡାରରେ ୩୪% ବୃଦ୍ଧି ଘଟିଛି। ସେହିଭଳି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ମୋଟ ୮୨୨ ମେଟ୍ରିକ୍‌ ଟନ୍‌ ସୁନା ରଖିଛି ଏବଂ ଦେଶ ମଧ୍ୟରେ ୪୦୮ ମେଟ୍ରିକ୍‌ ଟନ୍‌ ସୁନା ସଂରକ୍ଷଣ ରହିଛି, ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ସୁନା ସଂରକ୍ଷଣ ୬୧୨ ମେଟ୍ରିକ୍‌ ଟନ୍‌ ଥିଲା, ସେଥିମଧ୍ୟରୁ ୨୯୨ ମେଟ୍ରିକ୍‌ ଟନ୍‌ ଘରୋଇ ଭାବେ ରଖାଯାଇଥିଲା।
ଅପରପକ୍ଷରେ ବୈଦେଶିକ ମୁଦ୍ରା ପରିଚାଳନା ଉପରେ ସୋମବାର ପ୍ରକାଶିତ ଅର୍ଦ୍ଧ ବାର୍ଷିକ ରିପୋର୍ଟ ଅନୁଯାୟୀ, ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନା ଅଂଶ ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ୭.୩୭%ରୁ ବଢ଼ି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୮.୧୫% କୁ ବୃଦ୍ଧି ପାଇଛି। ଆମଦାନୀ କଭର ହେଉଛି ଏକ ପ୍ରମୁଖ ବାଣିଜ୍ୟସୂଚକ,ଯାହା ରିଜର୍ଭ ପର୍ଯ୍ୟାପ୍ତତାକୁ ପ୍ରତିଫଳିତ କରିଥାଏ, ଯାହା ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ସହିତ ଦୃଢ଼ ହୋଇଥିଲା। ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାର ୬୪୧ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୩ ମାର୍ଚ୍ଚ ଶେଷ ମଧ୍ୟରେ ୫୭୮ବିଲିୟନ ଡଲାରରେ ପହଞ୍ଚତ୍ଛି। ସଂରକ୍ଷଣ ପାଇଁ ସ୍ବଳ୍ପ ମିଆଦୀ ଋଣର ଅନୁପାତ (ମୂଳ ପରିପକ୍ୱତା ସହିତ) ୨୦୨୩ ସେପ୍ଟେମ୍ବର ମଧ୍ୟରେ ୨୨%ରୁ ୨୦୨୩ ଡିସେମ୍ବର ସୁଦ୍ଧା ୨୦.୩% କୁ ହ୍ରାସ ପାଇଛି। ସେହିଭଳି ଅସ୍ଥିର ପୁଞ୍ଜି ପ୍ରବାହର ଅନୁପାତ (ଏକତ୍ରିତ ପୋର୍ଟଫୋଲିଓ ପ୍ରବାହ ଏବଂ ବକେୟା ସ୍ବଳ୍ପ ମିଆଦୀ ଋଣକୁ ନେଇ) ୨୦୨୩ ସେପ୍ଟେମ୍ବର ମଧ୍ୟରେ ୭୩%ରୁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୭୦.୪% କୁ ହ୍ରାସ ପାଇଛି। ମୂଲ୍ୟ ନିର୍ଦ୍ଧାରଣ ପ୍ରଭାବକୁ ବାଦ ଦେଇ ୨୦୨୩ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୩୨.୯ ବିଲିୟନ ଡଲାର ବୃଦ୍ଧି ପାଇ ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୧୪.୭ ବିଲିୟନ ଡଲାରରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri