୧୨ ବର୍ଷରେ ୩୦ ଗୁଣ ଠିକାଦାର ବୃଦ୍ଧି

ଯାଜପୁର ଅଫିସ,୨୭ା୧୨: ରାଜ୍ୟ ପୂର୍ତ୍ତ ବିଭାଗରେ ସରକାରୀ ସ୍ବୀକୃତିପ୍ରାପ୍ତ ମୋଟ ଠିକାଦାର ସଂଖ୍ୟା ୪୧,୨୩୭ ରହିଥିବାବେଳେ ସେଥିରୁ ୪୨୨ ଜଣ ରାଜ୍ୟ ବାହାରର ଠିକାଦାର ଅଛନ୍ତି। ଗତ ୧୨ ବର୍ଷରେ ୩୦ ଗୁଣରୁ ଅଧିକ ଠିକାଦାର ସଂଖ୍ୟା ବୃଦ୍ଧି ପାଇଛି। ତେବେ ଗତ ୫ ବର୍ଷ ମଧ୍ୟରେ ଅଣଓଡ଼ିଆ ଠିକାଦାରଙ୍କୁ ସର୍ବାଧିକ ମୂଲ୍ୟରେ କାମ ମିଳିଆସୁଛି। ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ନିର୍ମାଣ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ଚିଫ୍‌ ଇଞ୍ଜିନିୟର ୱାଲ୍ଡ ବ୍ୟାଙ୍କ ପ୍ରୋଜେକ୍ସ(ଡବ୍ଲ୍ୟୁବିପି)ରେ ଠିକାସଂସ୍ଥା ଆଶୀର୍ବାଦ କନଷ୍ଟ୍ରକ୍ସନକୁ ଅଧିକ ଟଙ୍କାର କାମ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ୁଛି। ଏହାବାଦ୍‌ ଡବ୍ଲ୍ୟୁବିପିରେ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ବିଭିନ୍ନ ସ୍ତରରେ ଅଭିଯୋଗ ହୋଇ ଆସୁଛି। ଠିକାଦାରି ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ନିମ୍ନମାନର କାମ ଯୋଗୁ ଅନେକ ରାସ୍ତା ଅଳ୍ପଦିନରେ ଶୋଚନୀୟ ହୋଇପଡ଼ୁଛି, ଯାହାର ଉଦାହରଣ ରାଜ୍ୟର ଯେକୌଣସି ରାସ୍ତାକୁ ନିଆଯାଇପାରେ। ସେହିପରି ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ଭଳି କେତେକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡ଼ି ପଡ଼ିଥିବା ନଜିର ରହିଛି।
ରିପୋର୍ଟ ଅନୁସାରେ ୨୦୦୯-୧୦ ବର୍ଷରେ ପୂର୍ତ୍ତ ବିଭାଗ ଅଧୀନରେ ୧,୩୪୯ ଜଣ ଠିକାଦାର ପଞ୍ଜୀକୃତ ହୋଇଥିଲେ। ୨୦୨୧-୨୨ ବର୍ଷରେ ଏହି ସଂଖ୍ୟା ୪୧,୨୩୭ରେ ପହଞ୍ଚିଛି। ଏଥିରେ ସୁପରକ୍ଲାସ୍‌ ୪୧୬, ସ୍ପେଶାଲ କ୍ଲାସ୍‌ ୮୫୭, ଏ କ୍ଲାସ୍‌ ୫,୦୨୦, ବି କ୍ଲାସ୍‌ ୯,୯୫୬, ସି କ୍ଲାସ୍‌ ୨୪,୫୩୭ ଏବଂ ଡି କ୍ଲାସ୍‌ ୪୫୧ ଜଣ ଠିକାଦାର ରହିଛନ୍ତି। ସମୁଦାୟ ଠିକାଦାରଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୪,୧୬୨ ଜଣ ଅଛନ୍ତି। ଏଠାରେ ୱାଲ୍ଡ ବ୍ୟାଙ୍କ ପ୍ରୋଜେକ୍ସରେ ୧୦ ଜଣ ଠିକାଦାରଙ୍କ ମଧ୍ୟରୁ ଆଶୀର୍ବାଦ କନଷ୍ଟ୍ରକ୍ସନକୁ ସର୍ବାଧିକ ୩୬,୧୫୩ ଲକ୍ଷ ଟଙ୍କାର କାମ ମିଳିଛି। ଏଥିରେ ସୁନ୍ଦରଗଡ଼ ଜିଲାର କୋଇଡ଼ା-ଦେଙ୍ଗୁଳା-ଟେନସା-ବରସୁଆଁ-କୋଲେଇପଷି ରାସ୍ତାରେ ୨ଟି ପ୍ରକଳ୍ପ ଓ କୋଇଡ଼ା-ବାଇପାସ ରୋଡ, ବାଲେଶ୍ୱର ଜିଲାର ଜଳେଶ୍ୱର-ଅମର୍ଦ୍ଦା ରୋଡ ରେଳଷ୍ଟେଶନ ରୋଡ୍‌ ଓଭରବ୍ରିଜ ଓ ଜଳେଶ୍ୱର-ଲକ୍ଷ୍ମଣନାଥ ରୋଡ୍‌ ରେଳଷ୍ଟେଶନ ରାସ୍ତା ଓଭରବ୍ରିଜ୍‌, ଯାଜପୁର ଜିଲାର ବୈତରଣୀ ନଦୀର ଲାଲବାଗ-ନୂଆପାଟଣା-ଦତ୍ତପୁର ରାସ୍ତାରେ ହାଇଲେଭଲ ବ୍ରିଜ୍‌, ସୁକିନ୍ଦା ରୋଡ୍‌ ଷ୍ଟେଶନ ନିକଟ ମାନଗୋବିନ୍ଦପୁରଠାରେ ରାସ୍ତା ଓଭରବ୍ରିଜ, କୁଟାସିଂହା-କପସିରା ରାସ୍ତାରେ ହାଇଲେଭଲ ବ୍ରିଜ୍‌ ଇତ୍ୟାଦି କାର୍ଯ୍ୟ ରହିଛି। ଏଷ୍ଟିମେଟ ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇ ନ ଥିବାରୁ ପ୍ରକଳ୍ପଗୁଡିକର ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନ ଉଠିଛି। ଏହାବାଦ ୱାଲ୍ଡ ବ୍ୟାଙ୍କ ପ୍ରକଳ୍ପରେ ଏସ.ପି. ସିଙ୍ଗଲା କନଷ୍ଟ୍ରକ୍ସନକୁ ୧୮,୩୪୬ ଲକ୍ଷ ଟଙ୍କା, ଏଲ ଆଣ୍ଡ ଟି ଜିଓ-ଏଲ ଆଣ୍ଡ ଟି ୟୁଜେଭିକୁ ୧୭,୪୦୪ ଲକ୍ଷ ଟଙ୍କା, ରଞ୍ଜିତ ବିଲ୍ଡକନକୁ ୧୬,୮୯୧ ଲକ୍ଷ ଟଙ୍କା, ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକ୍ସନକୁ ୩ ପ୍ରକଳ୍ପରେ ୧୭,୨୯୮ ଲକ୍ଷ, ବିରଜା କନଷ୍ଟ୍ରକ୍ସନକୁ ୫ଟି ପ୍ରକଳ୍ପରେ ୧୯,୦୫୧ ଲକ୍ଷ, ବ୍ରିଜେଶ ଅଗ୍ରୱାଲକୁ ୨ଟି ପ୍ରକଳ୍ପରେ ୬,୪୮୨ ଲକ୍ଷ, ଏଆରଏସଏସ୍‌କୁ ୩ଟି ପ୍ରକଳ୍ପରେ ୮୯୬୯ ଲକ୍ଷ, ଶ୍ରୀଦୁର୍ଗା ଠିକାସଂସ୍ଥାକୁ ୬ଟି ପ୍ରକଳ୍ପରେ ୧୪୮୨୭ ଲକ୍ଷ, ଶ୍ରୀ ବାଲାଜୀ ଇଞ୍ଜିକନ୍ସକୁ ୪ଟି ପ୍ରକଳ୍ପରେ ୧୦୯୪୧ ଲକ୍ଷ ଟଙ୍କାର ବିଭିନ୍ନ କାମ ଦିଆଯାଇଛି। ଏହାବାଦ ୨୦୧୮-୧୯ ବର୍ଷରୁ ଏଯାଏ ଭଦ୍ରକ, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବିଜୁ ଏକ୍ସପ୍ରେସ, ଡିଏମ୍‌ଏଫ୍‌, ଏମ୍‌ସିଏଲ ଆଦି ଯୋଜନାରେ ୧୦ଟି ରାସ୍ତା କାର୍ଯ୍ୟରେ ସର୍ବାଧିକ ୧,୧୭,୨୨୪.୫୮ ଲକ୍ଷ ଟଙ୍କା ଚୁକ୍ତି ହୋଇଛି। ସେଥିରୁ ଗୋଟିଏ ବି ରାସ୍ତା କାର୍ଯ୍ୟ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହାବାଦ ୨୦୧୯-୨୦ ବର୍ଷରୁ ଆରମ୍ଭ ହୋଇଥିବା କୋରାପୁଟ ମେଡିକାଲ କଲେଜ, ଯାଜପୁର ମେଡିକାଲ କଲେଜ, ପୁରୀ ମେଡିକାଲ କଲେଜ, ଯାଜପୁର ଜିଲା ସଦର ଡାକ୍ତରଖାନା, ବାଲେଶ୍ୱର ମେଡିକାଲ କଲେଜ, କେନ୍ଦୁଝର ଜିଲା ସଦର ମେଡିକାଲ, ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ, କଳିଙ୍ଗ ଷ୍ଟାଡିୟମ ପରିସରରେ ସୁଇମିଂ ପୁଲ ଇତ୍ୟାଦି କାର୍ଯ୍ୟରେ ସୁପର ଓ ସ୍ପେଶିଆଲ କ୍ଲାସ୍‌ ଠିକାଦାରମାନଙ୍କୁ ନିଯୁକ୍ତ କରାଯାଇଥିଲେ ହେଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ବିଭିନ୍ନସ୍ତରରେ ଠିକାଦାର ସଂଖ୍ୟା ବୃଦ୍ଧି ହୋଇଥିଲେ ହେଁ କାର୍ଯ୍ୟର ମାନ ଉପରେ ସର୍ବଦା ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବାରୁ ବିଭାଗୀୟ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri