ବ୍ଲକ୍‌ ଗ୍ରାଣ୍ଟ ହେବା ପରେ ବି ପରିଚାଳନାରେ ଅସଙ୍ଗତି

ତେନ୍ତୁଳିଖୁଣ୍ଟି, ୧୩।୮(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ୧୯୯୦ରେ ଖୋଲିଥିଲା ଇନ୍ଦ୍ରାବତୀ ପ୍ରକଳ୍ପ କଲେଜ। ଯୁକ୍ତ ୨ ବିଜ୍ଞାନ ଓ କଳା ଖୋଲିଲା ବେଳେ ଜଳ ସମ୍ପଦ ବିଭାଗର ପ୍ରତ୍ୟକ୍ଷ ପରିଚାଳନା ଓ ଅନୁଦାନରେ ୧୯୯୩ ପର୍ଯ୍ୟନ୍ତ ଚାଲିଲା। ସେତେବେଳେ ଜଳ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଥିବାରୁ ସମସ୍ତ ବିଷୟ ଅଧ୍ୟାପକ ପୂର୍ବରୁ ଚାକିରି କରୁଥିବା ଘରୋଇ କଲେଜ ଛାଡ଼ି ଏଠାରେ ଯୋଗଦେଲେ। କେତେଜଣ କର୍ମଚାରୀ ଶିକ୍ଷାକର୍ମୀ ଚାକିରି ଛାଡ଼ି ଏହି କଲେଜରେ ଯୋଗଦେଇଥିଲେ। ଜଳ ସମ୍ପଦ ବିଭାଗ ଜଳସେଚନ ଓ ଶକ୍ତି ବିଭାଗ ୨ ଭାଗ ହେବା ପରେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନ ଓ ମେଡିକାଲ ଆଦି ଶକ୍ତି ବିଭାଗ ଅଧୀନକୁ ଗଲା। ଖରାପ ସମୟ ଆସିଲା ଚତୁର୍ଥ ବେତନ କମିଶନ ଲାଗୁ ପରେ। ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ ଆଉ ଦରମା ବେତନ କମିଶନ ରିପୋର୍ଟ ଆଧାରରେ ବୃଦ୍ଧି ନ କରି କଲେଜ ସମସ୍ତ ଟିଚିଂ ଓ ନନ୍‌ ଟିଚିଂ କର୍ମଚାରୀଙ୍କ ଦରମା ଫ୍ରିଜ୍‌ କରିଦେଲା। କଲେଜର ସମସ୍ତ ଷ୍ଟାଫ୍‌ଙ୍କ ଦରମା ଓ ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ଆର୍ଥିକ ଅନୁଦାନ ଦେଇ ନିଜକୁ ପରିଚାଳନାରୁ ଦୂରେଇ ଦେଲା। ଏହା ପରଠାରୁ ଷ୍ଟାଫ୍‌ମାନେ କଲେଜ ଛାଡ଼ିବା ଆରମ୍ଭ କଲେ। ସେମାନଙ୍କ ପ୍ରତି ବଦଳରେ ନିଯୁକ୍ତ ଷ୍ଟାଫ୍‌ଙ୍କୁ ପ୍ରକଳ୍ପ କର୍ତ୍ତୃପକ୍ଷ ଭିନ୍ନ ନଜରରେ ଦେଖିଲେ। ସେମାନଙ୍କ ଚାକିରି ସର୍ତ୍ତାବଳୀରେ ଅନେକ କେଁ ରଖିଲେ।
କଲେଜରେ ୨ଜଣ ଇଂରାଜୀ ଅଧ୍ୟାପକଙ୍କ ମଧ୍ୟରୁ ଜଣେ ଚାକିରି ଛାଡ଼ିବା ପରେ ଉକ୍ତ ପଦବୀ ଏବେ ବି ପୂରଣ ହୋଇନାହିଁ। ଜଣେ ଅଧ୍ୟାପକ ବିଜ୍ଞାନ ଓ କଳାର ସମସ୍ତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ବାଧ୍ୟ। ୨ ଓଡ଼ିଆ ଅଧ୍ୟାପକଙ୍କ ମଧ୍ୟରୁ ଜଣଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି ଦିଆଯାଇଛି। ନିରବଚ୍ଛିନ୍ନ ଡ୍ୟୁଟି କଲେ ୬ ବର୍ଷ ପରେ ନିୟମିତ କରିବାକୁ ଦାବି କରିବେ ଭାବି ସେଥିପାଇଁ ଗଳାବାଟ କାଢ଼ି ଗୋଟିଏ ଦିନ ବାଦ୍‌ ଦେଇ ଚୁକ୍ତି ନବୀକରଣ କରାଯାଉଛି। ୨୦୧୫ରୁ ଓଡ଼ିଆ ଅଧ୍ୟାପିକା ଆଜିଯାଏ ଚୁକ୍ତିଭିତ୍ତିରେ ରହିଛନ୍ତି। ଉଦ୍ଭିଦ ବିଜ୍ଞାନରେ ୨୦୧୪ରୁ ଜଣେ ଚୁକ୍ତିଭିତ୍ତିରେ ଅଛନ୍ତି। ୨୦୧୯ରେ କଲେଜ ବହୁ ସଂଘର୍ଷ ପରେ ବ୍ଲକ୍‌ ଗ୍ରାଣ୍ଟ ମାନ୍ୟତା ପାଇଛି। କିନ୍ତୁ ବ୍ଲକ୍‌ ଗ୍ରାଣ୍ଟ ସର୍ତ୍ତାବଳୀ ବିଷୟରେ କାହା ପାଖରେ କିଛି ତଥ୍ୟ ନ ଥିବାରୁ ଏବେ ଯାଏ ଷ୍ଟାଫ୍‌ଙ୍କ ଇପିଏଫ୍‌ ଅର୍ଥ, କର୍ମଚାରୀଙ୍କ ଶେୟାର, ନିଯୁକ୍ତିଦାତାଙ୍କ ଶେୟାର ଜମା ହୋଇନାହିଁ। ଚୁକ୍ତିଭିତ୍ତିରେ ନିଯୁକ୍ତି ରେ ମଧ୍ୟ ଦୁଇଭାଗ। କିଏ ଗେଷ୍ଟ ଫାକଲ୍ଟିଭାବେ ୨୦ ହଜାର ଟଙ୍କା ଦରମା ପାଉଛନ୍ତି ତ କିଏ ଚୁକ୍ତିଭିତ୍ତିରେ ୧୩,୯୦୦ ଟଙ୍କା ଦରମା ପାଉଛି। ୧୯୯୦ରୁ ନିଯୁକ୍ତି ପାଇ ୨୦୦୯ ରେ ଚାକିରି ଛାଡ଼ି ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଗ୍ରାଚୁଇଟି ପାଇଥିବାବେଳେ ସମକାଳୀନ ନିଯୁକ୍ତ ଅଧ୍ୟାପକ ଅବସର ପରେ ଗ୍ରାଚୁଇଟିରୁ ବଞ୍ଚିତ। ୨୦୨୫ ସୁଦ୍ଧା ପ୍ରାୟତଃ ସମସ୍ତ ବିଭାଗ ଅଧ୍ୟାପିକା ଅଧ୍ୟାପକ ଅବସର ନେଇଯିବା ପରେ ସେତେବେଳେ ବି କ’ଣ ଏଭଳି ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନେଇ ପଢ଼ାଯିବ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେହିଭଳି ହେଲେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୁଣବତ୍ତା ରହିବନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟିକୁ ସ୍ଥାୟୀ ଅଧ୍ୟକ୍ଷ ଦିଆଯାଇନାହିଁ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ଡାଟା ଏଣ୍ଟ୍ରି ଅପରେଟରଙ୍କ ଦରମାରେ ଅସଂଗତି ରହୁଛି। ଝରିଗୁମ୍ମା ବ୍ଲକ୍‌ ଗ୍ରାଣ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮ ହଜାର ଟଙ୍କା ମିଳୁଥିବାବେଳେ ଏଠାରେ ୭ ହଜାର ଟଙ୍କାରେ ସୀମିତ ରଖାଯାଇଛି। ପ୍ରକଳ୍ପରୁ ବ୍ଲକ୍‌ ଗ୍ରାଣ୍ଟ ହେବା ପରେ ଯେଉଁଠି ବିଦ୍ୟାଳୟ ଅଛି ସେହି ଜମି ଏ ଯାଏ ବିଦ୍ୟାଳୟ ନାମରେ କରାଯାଇନାହିଁ। ଏ ନେଇ ଉପଜିଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ମୁଁ ଠିକ୍‌ଭାବେ ଏସବୁ ବିଷୟରେ ଅବଗତ ନାହିଁ। ଏ ସମ୍ପର୍କିତ ଅଭିଯୋଗ ଏ ଯାଏ ଆସିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?