ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ବାଦ୍‌ ଦେଇ ଭିଡିଓ ଗ୍ରାଫି ହୋଇଥିଲା

ନୂଆଗାଁ, ୫।୫ (ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ  ବ୍ଲକ ଗୁମୀ ପଞ୍ଚାୟତରେ ଥିବା ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ) ଓ ଖଣ୍ଡୁଗାଁ  ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ୫-ଟି ଯୋଜନାରେ ରୂପାନ୍ତରଣ ହୋଇଛି। ଡିମିରିପଲି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଅଧପନ୍ତରିଆ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଲୋକର୍ପଣ କରିଛନ୍ତି।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ପାଇଁ ଡିମିରିପଲ୍ଲୀଠାରେ ୧୯୫୬ ମସିହାରେ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଯେଉଁ ସ୍କୁଲରେ ଜିଲା ତଥା ଜିଲା ବାହାରୁ ଅନେକ ଛାତ୍ର ହଷ୍ଟେଲରେ ରହି ପାଠ ପଢନ୍ତି। ଉକ୍ତ ସ୍କୁଲଟି ନୂଆଗାଁଠାରୁ ବାହାଡ଼ାଝୋଲା ଦେଇ ଓଡ଼ଗାଁ  ଯାଇଥିବା ରାସ୍ତା କଡ଼ରେ ଅବସ୍ଥିତ। ଦୂରଦୂରନ୍ତ ଜିଲା ବାହାରୁ ଛାତ୍ରମାନେ ଆସି ରହୁଥିବାବେଳେ କୌଣସି ଛାତ୍ରଙ୍କ ସୁବିଧା ଅସୁବିଧା ହେଲେ କିମ୍ବା ରୋଗରେ ପଡ଼ିଲେ କାହା ସହ ଯୋଗାଯୋଗ କରିବାକୁ ମୋବାଇଲ ନେଟଓ୍ବାର୍କ ନାହିଁ। ଛାତ୍ରୀଛାତ୍ରମାନଙ୍କୁ ନୂତନ ଜ୍ଞାନକୌଶଳ ତଥା ଡିଜିଟାଲ ଶିକ୍ଷା ଦେବା ଚଳିତବର୍ଷ ଡିମିରିପଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟକୁ ୫-ଟି ଯୋଜନାରେ ରୂପାନ୍ତରଣ କରି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି। ସେଥିପାଇଁ ସ୍ମାର୍ଟ କ୍ଲାସ୍‌ରୁମରେ ଏଲଇଡି ଲଗାଯିବା ସହ ୧୦ଟି କମ୍ପ୍ୟୁଟର ରହିଛି। ତେବେ ନେଟଓ୍ବାର୍କ ନ ଥିଲେ ଛାତ୍ରୀଛାତ୍ର କିଭଳି ଡିଜିଟାଲ ମାଧ୍ୟମରେ ପାଠ ପଢ଼ିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛାତ୍ରୀଛାତ୍ରମାନଙ୍କ ପାଇଁ ଖେଳ ସାମଗ୍ରୀ ଦିଆଯାଇଥିଲେ ମଧ୍ୟ ନିୟମିତ ଖେଳ ଶିକ୍ଷକ ନାହାନ୍ତି। ବିଜ୍ଞାନ ପାଠ ପଢ଼ାଇବା ପାଇଁ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ରହିଛି। ରୂପାନ୍ତରଣ କାର୍ଯ୍ୟ ପାଇଁ ଅନେକ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ କରାଯାଇଛି। ଫଳରେ ଉଦ୍‌ଘାଟନ ହେବା ପୂର୍ବରୁ ପାଚେରୀ ଫାଟି ଅଁା କଲାଣି। ଅଦ୍ୟାବଧି ଗେଟ୍‌, ଶୌଚାଳୟ, ପାଚେରୀ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ତରବରିଆ ଭାବେ ଉଦ୍‌ଘାଟନ କରି ଦିଆଯାଇଛି। ଏ ସମ୍ପର୍କରେ ନୂଆଗାଁ  ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଏଠି ଯୋଗ ଦେବା ପୂର୍ବରୁ କାର୍ଯ୍ୟ ଚାଲୁ ରହିଥିଲା। ତେଣୁ ଏ ବିଷୟରେ ଯନ୍ତ୍ରୀଙ୍କ ସହ କଥା ହେବା ପରେ କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?