ପୂର୍ବତନ ସରପଞ୍ଚଙ୍କ ଘରେ ଆୟକର ବିଭାଗର ଚଢାଉ

ଭଦ୍ରକ ଅଫିସ,୨୧।୧୨: ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ଭଦ୍ରକ ମହାବୀର ନଗରସ୍ଥିତ ଘର, ଟାୟାର ଦୋକାନ ଓ ଗୁଆମାଳସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ ଜାରି ରହିଛି । ଭୁବନେଶ୍ୱରରୁ ଏହି ଟିମ୍‌ ଆସିଥିବା ଜଣାପଡିଛି।