ଆୟ ବହିର୍ଭୂତ

ବିଗତ କିଛି ଦଶନ୍ଧି ଧରି ଭାରତୀୟ ଛାତ୍ରୀଛାତ୍ରଙ୍କ ମନରେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ପ୍ରତି ପ୍ରବଳ ଦୁର୍ବଳତା ରହିଆସିଥିବା ଲକ୍ଷ୍ୟ କରାଯାଇଛି। ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)ରେ ଉତ୍ତୀର୍ଣ୍ଣ ହେବା ଲାଗି ଯୁକ୍ତ ୨ ବିଜ୍ଞାନ ପିଲାଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଦେଖାଯାଉଛି। ଏପରିକି ରାଜସ୍ଥାନର କୋଟା ଭଳି ଛୋଟିଆ ସହରରେ ଏଥିପାଇଁ କୋଚିଂ ନେବାକୁ ଯାଇ ବିଫଳ ହୋଇ କିଛି ଛାତ୍ରୀଛାତ୍ର ଆତ୍ମହତ୍ୟା କରିବାର ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଯେଉଁ ମାତାପିତା ନିଜ ପିଲାଙ୍କ ଉପରେ ପ୍ରବଳ ଚାପ ପକାଇ ଚାକିରିର ସ୍ବପ୍ନ ଦେଖୁଛନ୍ତି, ସେହିଭଳି ପିଲାଙ୍କର ମାନସିକତା ବିରକ୍ତିଭାବ ଆଡ଼କୁ ଯାଇ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ଟାଣି ନେଉଛି। ଇଞ୍ଜିନିୟର, ଡାକ୍ତର କିମ୍ବା ଆଇଏଏସ୍‌ ବା ଆଇପିଏସ୍‌ ଅଫିସର ଭଳି ଲାଭଦାୟକ ଚାକିରି ପାଇଁ ସମସ୍ତେ ଧାଉଁଥିବାରୁ ଏହିଭଳି ପ୍ରବଳ ପ୍ରତିଯୋଗିତା ଲାଗି ରହିଛି। ଅବଶ୍ୟ ଏବେ ଅଳ୍ପ ଅଭିଭାବକ ବୁଝିଲେଣି ଏବଂ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ଯାଇ ପିଲାଙ୍କ ପାଠପଢ଼ାରେ ଅଯଥା ଚାପ ପକାଉ ନାହାନ୍ତି। ତେବେ ସେମାନଙ୍କ ସଂଖ୍ୟା ଅତି ନଗଣ୍ୟ।
ଆଜିର ସ୍ଥିତି ଦେଖିଲେ ଛାତ୍ରୀଛାତ୍ରଙ୍କ ପସନ୍ଦରେ ପରିବର୍ତ୍ତନ ଆସୁଥିବା ଲକ୍ଷ୍ୟ କରାଗଲାଣି। ଏହାର ସଦ୍ୟ ଦୃଷ୍ଟାନ୍ତ ହେଉଛି ଯୁକ୍ତ ୨ ପରେ ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ କରାଯାଇଥିବା କମନ୍‌ ୟୁନିଭର୍ସିଟି ଏନ୍‌ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି)ରେ ଚଳିତ ବର୍ଷ ୨୨,୮୩୬ ବିଦ୍ୟାର୍ଥୀ ୧୦୦ ପର୍ସେଣ୍ଟାଇଲ୍‌ ରଖିଛନ୍ତି, ଯାହା ଗତବର୍ଷ ଥିଲା ୨୧,୧୫୯। ଫଳାଫଳରୁ ଜଣାପଡ଼ିଛି ଯେ, ୨ ଲକ୍ଷ ୫୪ ହଜାର ପ୍ରାର୍ଥୀ ୯୫ ଓ ତଦୂର୍ଦ୍ଧ୍ୱ ପର୍ସେଣ୍ଟାଇଲ ହାସଲ କରିଛନ୍ତି, ଯେଉଁମାନଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ୪୫ ହଜାର ପାଖାପାଖି ଅଧିକ ରହିଛି। ଦେଶର ୨୦୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରେ ପ୍ରାୟ ୩ ଲକ୍ଷ ସ୍ନାତକ ସିଟ୍‌ ଥିବା ବେଳେ ଚଳିତବର୍ଷ ୧୬ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ସେଥିପାଇଁ ଏବେକାର ଫଳ ଦେଖିଲେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ପର୍ସେଣ୍ଟାଇଲ ହାସଲ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩ ଲକ୍ଷ ପାଖାପାଖି ପହଞ୍ଚତ୍ୟାଉଛି।
ବାୟୋଲୋଜି ବା ବାୟୋଟେକ୍ନୋଲୋଜିଠାରୁ ଆରମ୍ଭ କରି ଅର୍ଥନୀତି, ଆକାଉଣ୍ଟାନ୍ସି, ଗଣିତ, ଇତିହାସ, ପଦାର୍ଥ ବିଜ୍ଞାନ ଓ ରାଜନୀତି ବିଜ୍ଞାନରେ ଚାହିଦା ଯଥେଷ୍ଟ ବଢ଼ିଛିି। ସେହିଭଳି ଇଂଲିଶ, ମନସ୍ତତ୍ତ୍ୱ, ସମାଜବିଜ୍ଞାନ ଭଳି ହ୍ୟୁମାନିଟିଜ୍‌ ପାଠ୍ୟକ୍ରମ ପଢ଼ିବା ଲାଗି ପିଲାଙ୍କ ମଧ୍ୟରେ ଆଗ୍ରହ ବଢ଼ିଥିବା ସିୟୁଇଟି ଫଳାଫଳରୁ ଜଣାପଡ଼ିଛି। ଏସବୁକୁ ଲକ୍ଷ୍ୟକରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମେଡିକାଲ ଓ ଇଞ୍ଜିନିୟରିଂ ଢାଞ୍ଚାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ ପଢ଼ିବା ଲାଗି ଆସନ୍ତାବର୍ଷ କମନ୍‌ କାଉନ୍‌ସେଲିଂ କରିବା ସକାଶେ ଚିନ୍ତା କଲାଣି।
ଆଜିର ଜଗତୀକରଣ ଯୁଗରେ ନୂଆ କ୍ଷେତ୍ରରେ ଚାହିଦା ବଢ଼ିବାରେ ଲାଗିଛି। ସେହିସବୁ ଚାହିଦାକୁ ଅନିଶା କରି ଯେଉଁମାନେ ନିଜର ଦକ୍ଷତାକୁ ବିନିଯୋଗ କରିପାରୁଛନ୍ତି ସେମାନେ ସଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। ପୂର୍ବରୁ ଶାରୀରିକ ଶିକ୍ଷା ବା ଫିଜିକାଲ ଏଜୁକେଶନ ଏତେଟା ଗୁରୁତ୍ୱ ପାଇ ନ ଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ କ୍ରୀଡ଼ାର ପରିଭାଷା ଓ ପରିସର ବ୍ୟାପ୍ତ ହୋଇଥିବାରୁ ଏଭଳି ଶିକ୍ଷାର ଆବଶ୍ୟକତା ବଢ଼ିଛି। ଭାରତର ଜନସଂଖ୍ୟାକୁ ଦେଖିଲେ କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ସଫଳତା ଖୁବ୍‌ କମ୍‌। ସ୍କୁଲ ସ୍ତରରୁ ଖେଳ କେବଳ ମାତ୍ର ଏକ ପିରିୟଡ୍‌ରେ ସୀମିତ ହୋଇ ରହିଯାଏ। ସର୍ବାଧିକ ପ୍ରାଥମିକତା ପାଠପଢ଼ାକୁ ଦିଆଯାଇଥାଏ। ଖେଳରେ ସମୟ ନଷ୍ଟ ନ କରି ପାଠପଢ଼ାରେ ମନ ଦେବା ଲାଗି ମାତାପିତା ବାଧ୍ୟ କରିଥାଆନ୍ତି। ପାଶ୍ଚାତ୍ୟକୁ ଦେଖିଲେ କେବଳ ଖେଳ ନୁହେଁ, ଉଦ୍ୟୋଗ ପ୍ରତି ମଧ୍ୟ କମ୍‌ ବୟସରୁ ପିଲାଙ୍କର ଆକର୍ଷଣ ରହିଥାଏ। ଅନ୍ୟପକ୍ଷରେ ଭାରତରେ କିଏ କେତେ ବଡ଼ ପଦବୀରେ ରହି କେତେ ଅର୍ଥ ଉପାର୍ଜନ କରୁଛି, ତାହାକୁ ତୁଳନା କରି ଦେଖାଯାଇଥାଏ। ଚାକିରିଆ ମାନସିକତା ଚରିତ୍ରଗତ ହେଇଯାଇଥିବାରୁ ଅଭିନବତ୍ୱ କିମ୍ବା ନିଜ ଚିନ୍ତାକୁ ନେଇ ନୂଆ ଉଦ୍ୟୋଗ ଗଢ଼ିବା ଲାଗି କଷ୍ଟ ସ୍ବୀକାର କରିବାକୁ ଅନେକେ ଅମଙ୍ଗ ହେଉଛନ୍ତି। ସେହିଭଳି ଖେଳ କ୍ଷେତ୍ରରେ ସଫଳତା ପାଇବା ପାଇଁ ଯେଉଁ କଠିନ ପରିଶ୍ରମ ଦରକାର, ସେଥିପ୍ରତି ଅନେକେ ମନ ବଳାଇ ନ ଥାଆନ୍ତି।
ଏଥିରୁ ବୁଝିବାକୁ ହେବ ଯେ, କେବଳ ଚାକିରି ମାୟାରେ ଭାରତର ସବୁ ପିଲା ପାଠ ପଢ଼ୁଛନ୍ତି। ହୁଏତ ଚାକିରିର ଆବଶ୍ୟକତା ନ ଥିଲେ ଅଧିକାଂଶ ପାଠ ମଧ୍ୟ ପଢ଼ନ୍ତେ ନାହିଁ। ଚାକିରିରେ ବି ଚାକିରି ଅଛି। ଆଇଏଏସ୍‌, ଆଇପିଏସ୍‌ ଅଫିସର କିମ୍ବା ସରକାରୀ ଇଞ୍ଜିନିୟର ବା ଡାକ୍ତର ସମସ୍ତଙ୍କ ଇଚ୍ଛା ଆୟବହିର୍ଭୂତ ଅସାଧାରଣ ଜୀବନଯାପନ କରିବାକୁ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri