ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହି ଖାଦ୍ୟ: ରହିବେ ସୁସ୍ଥ

ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍‌ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍‌, ଏସିଡିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ଦିନସାରା ଶରୀରକୁ ଏନର୍ଜେଟିକ୍‌ ରଖିବା ଲାଗି ସକାଳ ଜଳଖିଆ ଖାଇବା ନିହାତି ଆବଶ୍ୟକ। ତେବେ ସକାଳ ଜଳଖିଆରେ କେତୋଟି ଖାଦ୍ୟକୁ ସାମିଲ କଲେ ବେଶ୍‌ ଉପକୃତ ହୋଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…

ଓଟ୍ସ: ଓଟ୍ସ ସକାଳ ଜଳଖିଆ ପାଇଁ ଏକ ଭଲ ଅପ୍ସନ। ଏଥିରେ ପନିପରିବା ପକାଇ ଉପମା କିମ୍ବା କ୍ଷୀର, ଗୁଡ ଆଦି ପକାଇ ଖାଇପାରିବେ। ଏଥିରେ ପ୍ରଚୁର ପରିମାଣରେ ଫାଇବର୍‌ ଥିବାରୁ ପେଟ ଅଧିକ ସମୟ ଭର୍ତ୍ତି ରହିବା ଭଳି ଲାଗିଥାଏ। ତା’ଛଡା ଏହା ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରଖିବା ସହିତ ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଫଳ: ପୁଷ୍ଟିବିଜ୍ଞାନୀଙ୍କ ମତରେ ଫଳରେ ଫାଇବର୍‌, ଭିଟାମିନ୍‌, ମିନେରାଲ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ସକାଳ ଜଳଖିଆରେ ଏହାକୁ ସାମିଲକଲେ ଶରୀରକୁ ଊର୍ଜା ପ୍ରଦାନ କରିଥାଏ ଏବଂ ଇମ୍ୟୁନିଟି ପାଓ୍ବାର ବୃଦ୍ଧି କରିଥାଏ।

ଦହି: ଜଳଖିଆ ସହିତ ପ୍ରତିଦିନ ଦହି ଖାଇବା ବେଶ୍‌ ଲାଭଦାୟକ। କାରଣ ଏହା ପ୍ରୋବାୟୋଟିକ୍‌ ହୋଇଥିବାରୁ ପାଚନତନ୍ତ୍ରକୁ ମଜଭୁତ କରିଥାଏ। ତା’ଛଡା ଏହାକୁ ଖାଇଲେ କ୍ୟାଲ୍‌ସିଅମ୍‌, ପ୍ରୋଟିନ୍‌, ଭିଟାମିନ୍‌ ବି-୧୨ ମିଳିଥାଏ।

ମଞ୍ଜି: ପ୍ରତିଦିନ ସକାଳ ଜଳଖିଆରେ ବାଦାମ, ଅଖରୋଟ, ପିସ୍ତା, ଆଲମଣ୍ଡ, ଚିଆ ସିଡ୍‌, ଫ୍ଲାକ୍‌ସିଡ୍‌ ଭଳି ମଞ୍ଜି ଜାତୀୟ ଖାଦ୍ୟ ଅଳ୍ପ ଅଳ୍ପ ଖାଇବା ବି ଖୁବ୍‌ ଲାଭଦାୟକ। କାରଣ ଏଥିରେ ଭଲ ଫ୍ୟାଟ୍‌, ପ୍ରୋଟିନ୍‌, ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଯାହାକି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri