‘ଏସ୍‌ଆଇଟିରେ ନିରପେକ୍ଷ ବିଶେଷଜ୍ଞଙ୍କୁ ସାମିଲ କରାଯାଉ’

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ମାଟିତଳୁ ଏକାଧିକ ହାତୀ କଙ୍କାଳ ଉଦ୍ଧାର ଓ ଗୁଳିବିଦ୍ଧ ଦନ୍ତା ମୃତ୍ୟ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗୁରୁବାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରିଛନ୍ତି। ଏଥିରେ ବନ ବିଭାଗର ଦୁଇଜଣ ଅଧିକାରୀ ଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ରହିଛନ୍ତି। ସିସିଏଫ୍‌ ମନୋଜ ନାୟାରଙ୍କ ନେତୃତ୍ୱରେ ଏହି ଟିମ୍‌ ତଦନ୍ତ କରିବ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସ୍ବାଗତ କରିଥିବାବେଳେ ବେସରକାରୀ ବିଶେଷଜ୍ଞଙ୍କୁ ରଖାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ନିରପେକ୍ଷ ତଦନ୍ତ ପାଇଁ ଅତି କମ୍‌ରେ ଜଣେ ସ୍ବାଧୀନ ବିଶେଷଜ୍ଞ(independent expert)ଙ୍କୁ ଏହି ଟିମ୍‌ରେ ସାମିଲ କରିବା ପାଇଁ ଦାବି ହେଉଛି। ଏ ନେଇ ଓଡ଼ିଶା ବନ୍ୟପ୍ରାଣୀ ସମିତି ସମ୍ପାଦକ ବିଶ୍ୱଜିତ ମହାନ୍ତି ଏବଂ ଆନିମଲ ଓ୍ବେଲ୍‌ଫେୟାର ଟ୍ରଷ୍ଟ ଏକାମ୍ରର ସମ୍ପାଦକ ପୂରବୀ ପାତ୍ର ମିଳିତ ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବନ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟୁଛି। ପୁଣି ସମାନ ବିଭାଗର ଅଧିକାରୀଙ୍କୁ ସାମିଲ କରାଯାଇଥିବାରୁ ତଦନ୍ତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ଏଥିରେ ଜଣେ ବିଶେଷଜ୍ଞଙ୍କୁ ସାମିଲ କରାଯାଉ, ଯିଏ କି ଅତୀତରେ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ପାଇ ନ ଥିବେ। ଏହାଦ୍ୱାରା ତଦନ୍ତରେ ସ୍ବଚ୍ଛତା ରହିବ। ଯଦି ସରକାର ଚାହିଁବେ ତେବେ ସମିତି ପକ୍ଷରୁ ଉପଯୁକ୍ତ ବିଶେଷଜ୍ଞଙ୍କ ନାମ ସୁପାରିସ କରିପାରିବ ବୋଲି ବିଶ୍ୱଜିତ କହିଛନ୍ତି। ଏହି ଚିଠିର ନକଲ ପିସିସିଏଫ୍‌(ବନ୍ୟପ୍ରାଣୀ) ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରଣାଳୟକୁ ମଧ୍ୟ ପଠାଇଛନ୍ତି।
ଅପରପକ୍ଷେ ଶୁକ୍ରବାର ଏ ନେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏସ୍‌ଆଇଟି ଏହାର ତଦନ୍ତ କରିବ। ମାସକ ଭିତରେ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଏସ୍‌ଆଇଟି ରିପୋର୍ଟରେ ଯେଉଁମାନେ ଦୋଷୀ ବାହାରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ଆଠଗଡ଼ ବନଖଣ୍ଡରେ ତିନୋଟି ହାତୀ କଙ୍କାଳ ମାଟି ତଳୁ ମିଳିଥିଲା। ସେହିଭଳି ଏକ ଗୁଳିବିଦ୍ଧ ହାତୀଟିର ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ଏସବୁ ଘଟଣା ଆଠଗଡ଼ ବନଖଣ୍ଡର ଦାୟିତ୍ୱହୀନତାକୁ ପଦାରେ ପକାଇଥିଲା। ବିଭିନ୍ନ ଘଟଣା ପାଇଁ ଆଠଗଡ଼ର ୫ଜଣ ରେଜଞ୍ଜରଙ୍କ ମଧ୍ୟରୁ ୪ଜଣଙ୍କୁ ନିଲମ୍ବନର କରାଯାଇଛି। ଗୋଟିଏ ବନଖଣ୍ଡରେ ୪ଜଣ ରେଞ୍ଜର ନିଲମ୍ବନ ହେବା ନିଶ୍ଚିତ ଭାବେ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଏ ସମସ୍ତ ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତୀବ୍ର ସମାଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଗୋଚର କରାଯାଇଥିଲା। ଏହାପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖାଯାଇଥିଲା। କେନ୍ଦ୍ରର ତାଗିଦ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri