୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା ସହ ରାଜ୍ୟ ବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ଏବଂ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଏହାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ସମ୍ପୃକ୍ତ ଟିମ୍‌ ବୁଧବାର ସମ୍ପୃକ୍ତ ମଣ୍ଡିକୁ ଯାଇ ଏହାର ପ୍ରାଥମିକ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ଉକ୍ତ ଟିମ୍‌ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ଜିଲାରେ ରବି ଧାନ ଚାଷକାର୍ଯ୍ୟ ଆଗେଇ ଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ ଅମଳ କରିଥିବା ଧାନକୁ ବିକ୍ରି କରିପାରି ନାହାନ୍ତି। ବିକ୍ରି ଅପେକ୍ଷାରେ ସେମାନଙ୍କ ଧାନ ଜିଲାର ବିଭିନ୍ନ ମଣ୍ଡି (ଧାନକ୍ରୟ କେନ୍ଦ୍ର)ରେ ପଡ଼ି ରହିଛି। ଅନ୍ୟପଟେ ମଣ୍ଡିକୁ ଆସି ନ ଥିବା ଧାନ ମଧ୍ୟସ୍ଥ(ବେପାରୀ)ଙ୍କ ଜରିଆରେ ସିଧାସଳଖ କେତେକ ନିର୍ଦ୍ଦିଷ୍ଟ ରାଇସ୍‌ ମିଲକୁ ଯାଉଛି। ତାକୁ ବିଭାଗୀୟ କର୍ମଚାରୀମାନେ କାଗଜାତ୍‌ରେ ଫଲ୍ସଏଣ୍ଟ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲାର ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ବଡ଼ବାଉଶେନ ଅନ୍ତର୍ଗତ ତଥା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମସି) ଅଧିନ ଖରମୁଣ୍ଡା ଧାନକ୍ରୟ କେନ୍ଦ୍ର (ଏମୱାଇ୦୩୭୧୨)ରେ ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ି ନଂ. ଓଡ଼ି୧୭କେ ୪୪୯୭ରେ ୨ଟି ରାଇସ୍‌ ମିଲକୁ ଯଥାକ୍ରମେ ୧୮୫ ପକେଟ୍‌ ବା ୮୩.୭୨ କୁଇଣ୍ଟାଲ ଏବଂ ୧୬୦ପକେଟ୍‌ ବା ୬୫.୩୧ କୁଇଣ୍ଟାଲ ଧାନ ଯାଇ ମଣ୍ଡି ଓ ମିଲ୍‌ରେ ଲୋଡ୍‌, ଅନଲୋଡ଼ ହେବା ଘଟଣା ସମସ୍ତଙ୍କୁ ଚକିତ କରି ପକାଇଛି। ବୁଧବାର ଧରିତ୍ରୀରେ ସଚିତ୍ର ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନଜିଟ୍‌ ପାସ୍‌ କମ ଏକସେପଟେନ୍ସ ନୋଟ୍‌ କପି ସହ ଖବର ପ୍ରକାଶ ପାଇବା ପରେ ଘଟଣାଟି ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି।
ତେବେ ଏହି ଘଟଣାକୁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମଧ୍ୟ ଗୁରୁତ୍ୱର ସହିତ ନେଇଥିବା ଜଣାପଡ଼ିଛି। ଖବର ପ୍ରକାଶ ପାଇବା ପରେ ବୁଧବାର ଜିଲାପାଳ ଗୋୟଲ ଏହାର ବିଧିବଦ୍ଧ ତଦନ୍ତ ସହିତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଆଚାର୍ଯ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ୍‌ଙ୍କ ରିପୋର୍ଟ ଏବଂ ସେହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାକୁ ସମସ୍ତେ ଚାହିଁ ବସିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ (ସିଏସଓ) ଦିବ୍ୟସିଂ ବଡ଼ମାଳି କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ।
ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଫଲ୍ସ ଏଣ୍ଟ୍ରି ନୂଆ କଥା ନୁହେଁ। ପ୍ରତ୍ୟେକ ବର୍ଷ ଏହା ହେଉଛି। କୃଷକ ସଙ୍ଗଠନ ଯେତେ ଅଭିଯୋଗ କଲେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ନିଆଯାଉ ନାହିଁ। ବରଂ ଏଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ଖରମୁଣ୍ଡା ମଣ୍ଡିରୁ ଆସିଥିବା ଘଟଣା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଧାନ କିଣାବିକାରେ ସରକାରଙ୍କ ପାରଦର୍ଶିତା, ସ୍ବଚ୍ଛତା ନାହିଁ। କାଗଜପତ୍ରରେ କେବଳ ଧାନ କିଣାବିକା ଚାଲିଛି। ବରଗଡ଼ ଜିଲାରେ ଯେତେ ଧାନ ସଂଗ୍ରହ ହେଉଛି, ତାର ତୁଳନାତ୍ମକ ରାସ୍ତା, ଗାଡ଼ି, ମୋଟର କିମ୍ବା ମଣ୍ଡିରେ ଧାନ କିଣାବିକା ପରିଚାଳନା ପାଇଁ ଅଧିକାରୀ କର୍ମଚାରୀ ନାହାନ୍ତି। ସିସି କ୍ୟାମେରା, ଭେଇକିଲ୍‌ ଟ୍ରାକିଂ ସିଷ୍ଟମ ସମ୍ପୂର୍ଣ୍ଣ ବିଫଳ ହୋଇଛି। ତେବେ ଏଭଳି ଫଲ୍ସଏଣ୍ଟ୍ରି ଧାନ ସଂଗ୍ରହ ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ଅଧିକାରୀ, ମିଲର୍ସ, ଧାନକ୍ରୟ ସଂସ୍ଥାର ଜାଣତରେ ହେଉଥିବା ଏବଂ ଏଥିରେ ରାଜନେତା, ବେପାରୀଙ୍କ ସମ୍ପୃକ୍ତି ରହିଥିବା ଯୋଗୁ ଏହି ଅନିୟମିତତା ଉପରେ ମଧ୍ୟ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶା କରୁନାହିଁ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri