ଏୟାରପୋର୍ଟରେ ମୃତଦେହ ବଦଳ ହେବା ଘଟଣା: ପୁଅର ମୃତଦେହ ବଦଳରେ କଫିନ୍‌ରେ ଆସିଥିଲା ଅନ୍ୟ ଜଣଙ୍କ ମୃତଦେହ, ଯୋଗାଯୋଗ ପରେ…

ସୋର,୧୮ା୮: ଏୟାରପୋର୍ଟରେ ଏକ ମୃତଦେହ ଅଦଳବଦଳ ହୋଇଯାଇଥିଲା। ତେବେ ପଶ୍ଚିମବଙ୍ଗ କ୍ରିଷ୍ଣନଗରରୁ ମୃତଦେହ ଘରକୁ ଆଣିଛନ୍ତି ସମ୍ପର୍କୀୟ। ଏୟାରପୋର୍ଟ କର୍ମଚାରୀଙ୍କୁ ପରିବାର ଲୋକେ ଦାୟୀ କରି କଫିନ୍‌ରେ ପୁଅର ମୃତଦେହ ବଦଳରେ ଅନ୍ୟ ଜଣଙ୍କ ମୃତଦେହ ଆସିଥିଲା ବୋଲି ଅଭିଯୋଗ କରିଥିଲେ। ଯୋଗାଯୋଗ ପରେ ଜଣାପଡ଼ିଲା ମୃତଦେହଟି ପଶ୍ଚିମବଙ୍ଗ ସିଲିଗୁଡ଼ିର।

ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ସଫ୍ଟୱେର୍‌ ଇଞ୍ଜିନିୟର ଥିବା ବାଲେଶ୍ୱର ଜିଲା ସୋରର ମୂଳିସିଂ ଗାଁର ରାକେଶଙ୍କର ଶୁକ୍ରବାର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଥିଲା। ତେବେ ପୋଷ୍ଟମର୍ଟମ ପରେ ବେଙ୍ଗାଲୁରୁ ଏୟାରପୋର୍ଟକୁ ମୃତଦେହ ଅଣାଯାଇଥିଲା। ବେଙ୍ଗାଲୁରୁ ଏୟାରପୋର୍ଟରେ ତ୍ରୁଟିବଶତଃ ମୃତଦେହ ବଦଳ ହୋଇଯାଇଥିଲା। ରାକେଶଙ୍କ ମୃତଦେହ ଭୁଲବଶତଃ ସିଲିଗୁଡ଼ି ଯାଇଥିବା ସ୍ପଷ୍ଟ ହୋଇଥିଲା। ପରେ ଉଭୟ ପରିବାର ମୃତଦେହ ହସ୍ତାନ୍ତର ପାଇଁ ରାଜି ହୋଇଥିଲେ। ଅଧାବାଟ ପଶ୍ଚିମବଙ୍ଗର କ୍ରିଷ୍ଣନଗରଠାରେ ମୃତଦେହ ହସ୍ତାନ୍ତର ହୋଇଥିଲା।