Categories: ଜାତୀୟ

ମୋଦିଙ୍କ ହାତରେ ‘ରାଜଦଣ୍ଡ’

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଅଧିନମ(ତାମିଲନାଡୁର ସାଧୁ) ମହନ୍ତଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଏହି ସମୟରେ ଅଧିନମ ମହନ୍ତ ସେଙ୍ଗୋଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହସ୍ତାନ୍ତର କରିଛନ୍ତି। ରବିବାର ନୂଆ ସଂସଦ ଭବନରେ ଏହା ସ୍ଥାନିତ ହେବ। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ।

୨୮ ମେ’ରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ସଂସଦ ଭବନର ଉଦ୍‌ଘାଟନ କରିବେ। ବୈଦିକ ରୀତିନୀତି ସହିତ ନୂତନ ସଂସଦ ଗୃହ ଉଦ୍‌ଘାଟିତ ହେବ। ତେବେ ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

 

Share