ଉଦ୍‌ଘାଟନ ହୋଇଛି, କାମରେ ଲାଗୁନି

କଣ୍ଟାବାଞ୍ଜି, ୨୨ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏନଏସିରେ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଶୌଚାଳୟ ୨୦୨୧ନଭେମ୍ବର ୧୮ତାରିଖରେ ଉଦ୍‌ଘାଟିତ ହୋଇଥିଲା। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍‌ଘାଟନୀର ଦେଢବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଓପନ ସ୍ପେସ୍‌ ଡେଭଲପମେଣ୍ଟ ସ୍କିମରେ ତହସିଲ ଅଫିସ ପାର୍ଶ୍ୱରେ ନିର୍ମାଣ ହୋଇଛି ଏହି ସ୍ମାର୍ଟ ଶୌଚାଳୟ। ସହରରେ ଥିବା ତହସିଲ ଅଫିସ, ସବ୍‌ ରେଜେଷ୍ଟ୍ରି ଅଫିସ, ସବ୍‌ଟ୍ରେଜେରୀ ଅଫିସ, ପିଡବ୍ଲ୍ୟୁଡି ଡିଭିଜନ, ସବ୍‌ ଡିଭିଜନ, ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଟି ସବ୍‌ ଡିଭିଜନ, ସିଭିଲ କୋର୍ଟ, ଫରେଷ୍ଟ ରେଞ୍ଜ ଅଫିସକୁ ଆସୁଥିବା ଜନସାଧାରଣଙ୍କପାଇଁ ଏହି ସ୍ମାର୍ଟ ଶୌଚାଳୟ କଣ୍ଟାବାଞ୍ଜି ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିଲା। ୧୮ନଭେମ୍ବର ୨୦୨୧ରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରଠାରୁ ସ୍ମାର୍ଟ ଶାୌଚାଳୟରେ ତାଲା ଝୁଲୁଛି। ଲୋକଙ୍କ କାମରେ ଆସୁନାହିଁ ା ଫଳରେ ସହରକୁ ଅଫିସ ସମ୍ପର୍କିତ ଏବଂ ଅନାନ୍ୟ କାମରେ ଆସୁଥିବା ଲୋକେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ଏତିକି ନୁହେଁ ଏନଏସି ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ଓପନ ସ୍ପେସ୍‌ ଡେଭଲପମେଣ୍ଟ ସ୍କିମରେ ନିର୍ମିତ ଅନେକ ଚିଲଡ୍ରେନ ପାର୍କ, ମାର୍କେଟ ୟାର୍ଡ ନିର୍ମାଣ ହୋଇଥିଲେ ସୁଦ୍ଧା କୌଣସି ନା କୌଣସି କାରଣରୁ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡାସ୍ଥଳି ଏବଂ ଯାନବାହାନ ପାର୍କିଂସ୍ଥଳ ପାଲିଟିଛି ା ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଏନଏସର ସାନିଟେସନ ଏକ୍ସପର୍ଟ ହେମନ୍ତ ସ୍ବାଇଁଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାରେ ଯୋଗ ଦେଇଛି। ସ୍ଥିତି ଅନୁଧ୍ୟାନ ପରେ ଯାହା କିଛି କହି ପାରିବ ବୋଲି କହିଛନ୍ତି। ଏନଏସି ନଗରପାଳ ବରିୟାମ ସିଂ ସାଲୁଜାଙ୍କୁ ପଚାରିବାରୁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ସ୍ମାର୍ଟ ଶୌଚାଳୟ ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ଏସ୍‌ଏଚଜିକୁ ଦିଆଯିବ। ଏହାପରେ ଶାୌଚାଳୟ କାର୍ଯ୍ୟକ୍ଷ ହେବ ବୋଲି ସେ କହିଛନ୍ତି।